ଲବଣୀ ରାଉତ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସମ୍ପାଦକ ନିଯୁକ୍ତ 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ବିଜୁ ଜନତା ଦଳର କର୍ମକର୍ତ୍ତା ନିଯୁକ୍ତି ଘୋଷଣା କରାଯାଇଛି। ଏହି ତାଲିକାରେ କଳାହାଣ୍ଡି ଜିଲ୍ଲା ବିଜେଡ଼ି ସମ୍ପାଦକ ଭାବେ ଲବଣୀ ରାଉତ ସ୍ଥାନ ପାଇଛନ୍ତି। ଧର୍ମଗଡର ଉଦୀୟମାନ ଯୁବ ନେତୃତ୍ବ ଲବଣୀ ରାଉତ ବିଜୁ ଜନତା ଦଳର ଜଣେ ସମର୍ପିତ ଯୁବ ଚେହେରା ହୋଇଥିବାବେଳେ ଜଣେ ସମାଜସେବୀ ଭାବେ ମଧ୍ୟ ଜିଲ୍ଲାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରି ପାରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଦଳ ପକ୍ଷରୁ ଦିଆଯାଇଥିବା ଦାଇତ୍ୱକୁ ସେ ସୂଚାରୁରୂପେ ସମ୍ପାଦନ କରିଛନ୍ତି। ବର୍ତ୍ତମାନ ତାଙ୍କୁ କଳାହାଣ୍ଡି ଜିଲ୍ଲା ସମ୍ପାଦକ ଭାବେ ନିଯୁକ୍ତ ଦେଇଥିବାରୁ ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ, କଳାହାଣ୍ଡି ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ଦିଶାରୀଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.