ଟାଟା ପାୱାର କମ୍ପାନୀକୁ ବିରୋଧ କରି ବିଶ୍ବନାଥପୁର ବିଦ୍ୟୁତ କାର୍ଯ୍ୟାଳୟ ଠାରେ ଲାଞ୍ଜିଗଡ଼ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶା ପ୍ରଦେଶ କମିଟି ପକ୍ଷରୁ ସାରା ଓଡ଼ିଶାରେ ବିଦ୍ୟୁତ ବିଭାଗର ମନମାନିକୁ ବିରୋଧ କରି ବିଭିନ୍ନ ବିଦ୍ୟୁତ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଟାଟା କମ୍ପାନୀର ଉପଭୋକ୍ତାଙ୍କୁ ବେନିୟମ ସୁରକ୍ଷା ରାଶି ଜମା କରିବା ତଥା ଘରୋଇ ଓ କୃଷିକ୍ଷେତ୍ରକୁ ମାଗଣା ବିଜୁଳି ପ୍ରଦାନ,ଗ୍ରାହକ ମାନଙ୍କୁ ଶୋଷଣ ବନ୍ଦ କରିବା,ଟାଟା ପାୱାରକୁ ବିଦା କରିବା ପ୍ରମୁଖ ଦାବିକୁ ସମର୍ଥନ କରି ସମସ୍ତ ବ୍ଲକ କଂଗ୍ରେସ କମିଟି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ଏହି ଅବସରରେ ଆଜି ଲାଞ୍ଜିଗଡ଼ କଂଗ୍ରେସ କମିଟି ବ୍ଲକ ସଭାପତି ବିଜୟ ନାଏକଙ୍କ ନେତୃତ୍ବରେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, କଂଗ୍ରେସ ନେତା ଗୋବିନ୍ଦ ପ୍ରଧାନୀ, ଯୁବନେତା ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ଜଗନ୍ନାଥପୁର ସମିତ ସଭ୍ୟ ପ୍ରଦିପ ମାଝୀ, ନାରୀ ନେତ୍ରୀ ଶାନ୍ତି ହରିଜନ,ଡକା ମାଝୀ, ଭାସ୍କର ଚନ୍ଦନ, ରାଜିବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ ଆବାହକ ମୁଲୁ ମାଝୀ ମହିଳା ଆବାହିକା ମାଧୁରୀ ଦୁର୍ଗା ପୂର୍ଣ୍ଣଚନ୍ଦ୍ର ନାଏକ ପ୍ରମୁଖ ସମେତ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ପଦଯାତ୍ରା କରି ବିଶ୍ଵନାଥପୁର ସ୍ଥିତ ବିଦ୍ୟୁତ୍ କାର୍ଯ୍ୟାଳୟ ପହଞ୍ଚି ଦାବି ପତ୍ର ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହିପରେ ଅପରାହ୍ନ ବିଶ୍ଵନାଥପୁର ମଣ୍ଡିକୁ ପରିଦର୍ଶନ କରି ମଣ୍ଡିର ଅବ୍ୟବସ୍ଥା କଟନି ଛଟନି ଅଖା ବସ୍ତାକୁ ନେଇ ଚାଷୀ ଓ ମିଲର୍ସ ଏଜେଣ୍ଟ ସହିତ ଆଲୋଚନା କରିଥିଲେ। ଯଦି କଟନି ଛଟନି ଓ ଅବ୍ୟବସ୍ଥା ଉପରେ ସୁଧାର ନହେଲେ ନିକଟ ଭବିଷ୍ୟତରେ ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ କଂଗ୍ରେସ କମିଟି ରାଜ ରାସ୍ତାକୁ ଓଲ୍ଲାଇବେ ବୋଲି ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.