ପୁରପଲ୍ଲୀରେ ହର୍ଷୋଲ୍ଲାସର ସହ ପୁଷ୍ ପୁନୀ ପାଳିତ: ଜଗନ୍ନାଥ ମୁଦୁଲି ଓ ସାଥିଙ୍କୁ ସାଧାରଣରେ ପ୍ରଶଂସା

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା, ଯୁରାବନ୍ଧ, ଝିଙ୍କିଡୁଙ୍ଗୁରି, କରମତଲା ପଞ୍ଚାୟତର ବିଭିନ୍ନ ଗ୍ରାମରେ ହର୍ଷ ଉଲ୍ଲାସର ସହ ପୁଷ୍ ପୁନୀ ପର୍ବ ପାଳିତ ହୋଇଯାଇଛି | ପୌଷ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା ଏହି କୃଷି ଭିତ୍ତିକ ପର୍ବ ପାଳନ ଅବସରରେ ଗାଁ ମାନଙ୍କରେ ହସ ଖୁସିର ବାତାବରଣ ରହିଥିଲା | ଛୋଟ ଛୋଟ ପିଲାଏ ଘର ଘର ବୁଲି ଛେରଛେରା ମାଗି ସଂଗୃହିତ ଚାଉଳ ଓ ପଇସାକୁ ଉପଯୋଗ କରି ଭୋଜି କରିଥିଲେ | ଘର ସବୁ ପିଠାମଣ୍ଡାର ମହକରେ ପୁରି ଉଠିଥିଲା | ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ପାରମ୍ପରିକ ପର୍ବସବୁ କ୍ରମଶଃ ଜନ ମାନସରୁ ଲିଭି ଲିଭି ଆସୁଥିବା ବେଳେ ଝିଙ୍କିଡୁଙ୍ଗୁରି ଗାଁର ଜଗନ୍ନାଥ ମୁଦୁଲି ଓ ସାଥିଙ୍କ ପୁରାତନ ସଂସ୍କୃତିକୁ ପୁନରୁଜ୍ଜିବିତ ରଖିବାର ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି | ଜଗନ୍ନାଥଙ୍କ ଦଳ ବିଭିନ୍ନ ଗାଁରେ ଘର ଘର ବୁଲି ସଞ୍ଚାର ପରିବେଷଣ ପୂର୍ବକ ଛେରଛେରାକୁ ନେଇ ରହିଥିବା ବିଭିନ୍ନ ଗୀତ ଓ ଢଗ ବୋଳି ଛେରଛେରା ମାଗିଥିଲେ | ଏହି ଦୃଶ୍ୟ ଲୋକଙ୍କୁ ଆମୋଦିତ କରିଥିବା ବେଳେ ପୂର୍ବ ପରମ୍ପରା, ସଂସ୍କୃତି, ପର୍ବ ପାଳନର ଅନ୍ତର୍ନିହିତ ସନ୍ଦେଶ ପାରସ୍ପରିକ ବୁଝାମଣା, ଏକତା, ଭାଇଚାରା, ସହାବସ୍ଥାନକୁ ଉଜାଗର କରୁଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.