ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ଆୟୋଜିତ ହେଲା ନବବର୍ଷ କବିତା ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ପକ୍ଷରୁ ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ଇଂରାଜୀ ନବବର୍ଷ ଉପଲକ୍ଷେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବକବି ରାଜେନ୍ଦ୍ର ଗିରି ଓ ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଅତିଥି ଭାବରେ ଯୋଗଦାନ କରି ସମସାମୟିକ ଓଡ଼ିଆ କବିତାର ଧାରା ସଂପର୍କରେ ଆଲୋଚନା କରିଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଓ ଶାନ୍ତିଲତା ପଣ୍ଡାଙ୍କ ମିଳିତ ସଂଯୋଜନାରେ ନିବାରଣ ଜେନା, ନିରଂଜନ ରାଉତ, ରଶ୍ମିରେଖା ପତି, ସ୍ୱାତୀ ମୁଖାର୍ଜୀ, ଡ. ଶିରୀଶ ଚନ୍ଦ୍ର ଜେନା, ଡ. ରମାକାନ୍ତ ନାୟକ, ଅଞ୍ଜଳି ପଣ୍ଡା, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ଇଂ. ବିଜୟ କୁମାର ମହାନ୍ତି, ଦୀନବନ୍ଧୁ ଲେଙ୍କା, ସମରବଲ୍ଳଭ ଭୋଇ, ଶାନ୍ତି ବିଶି, ମମତା ଦାସ, ପ୍ରିୟାରାଣୀ ମଲ୍ଲିକ, କବିତା ଜେନା, ଅର୍ଚ୍ଚନା କର, ଡ. ସାରଙ୍ଗଧର ତ୍ରିପାଠୀ, ପ୍ରତିମା ପଣ୍ଡା, ଜ୍ୟୋତ୍ସ୍ନା ରାୟ, ସୁବ୍ରତା ମହାନ୍ତି, ଅବନ୍ତୀ ପ୍ରଧାନ, ପଦ୍ମଲୋଚନ ପ୍ରଧାନ, ପ୍ରଭାକର ସାହୁ, ପ୍ରଫୁଲ୍ଲ କୁମାର ମହାପାତ୍ର, ସ୍ନିଗ୍ଧା ସାମନ୍ତରାୟ, ଡ. ରତ୍ନାକର ସିଂହ, ଦିଲ୍ଲୀପ କୁମାର ନାୟକ, ବାସନ୍ତୀ ଦେ, ପ୍ରଫୁଲ୍ଲ କୁମାର ଦାସ, ଦିଲ୍ଲୀପ ଚକ୍ରବର୍ତ୍ତୀ, ତୃପ୍ତିରାଣୀ ପାତ୍ର, ଦେବାଶିଷ ସିଂହ, କୃଷ୍ଣା ପ୍ରଧାନ, ଅର୍ଚ୍ଚନା ନନ୍ଦୀ ପ୍ରମୁଖ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ସଂଗଠନର ସଂପାଦକ ତପନ ରାୟ ପ୍ରାକ୍ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ କଲ୍ୟାଣୀ ନନ୍ଦ ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ। ଶେଷରେ କବି ଦୀପକ ବୋଷ ଶେଷକଥା ରଖିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.