ଅଲେଖ ମହିମା ପୀଠରେ ମହାଯଜ୍ଞ 

ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ଅଲେଖ ମହିମା ପୀଠରେ ପୌଷ ଚତୁର୍ଦ୍ଦଶୀ ଉପଲକ୍ଷେ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ମଠାଧୀଶ ସାଧୁ ପରମାନନ୍ଦ ଦାସଙ୍କ ଦ୍ବାରା ଘୃତ ଅଗ୍ନି ପ୍ରଜ୍ବଳିତ କରି ଯଜ୍ଞ ଆରମ୍ଭ କରା ଯାଇଥିଲା। ସାଧୁ ଇନ୍ଦ୍ରମଣି ଦାସ, ବିଷ୍ଣୁ ଭକ୍ତ, କୁଶ ଭକ୍ତ, ଲୋକନାଥ ଭକ୍ତ, ସହଦେବ ଭକ୍ତ, ମହତ ଭକ୍ତ, ମିଥୁନ ଭକ୍ତ, ପ୍ରେମରାଜ ବଗର୍ତ୍ତୀ, ରୁକବନ୍ତ କାଣ୍ଡ, ମୋହିତ ରଣା, ଅନନ୍ତ ବାଗ ପ୍ରମୁଖ ସହଯୋଗ କରିଥିଲେ। ଅତିଥି ଭାବେ ସମାଜସେବୀ ଯୁବରାଜ ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା ଯୋଗ ଦେଇଥିଲେ। ଏହି ଯଜ୍ଞରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା। ରାତ୍ରିରେ ମନୋରଞ୍ଜନ କାର୍ଯ୍ୟକ୍ରମ ଦଣ୍ଡନୁତ୍ୟୁ ରଖାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.