୮ରୁ ଆରମ୍ଭ ହେବ ୨୬ତମ ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ୮ରୁ ଆରମ୍ଭ ହେବ ୨୬ତମ ‘ସୁବର୍ଣ୍ଣ ଚାନ୍ଦିପୁର ବେଳାଭୂମି ମହୋତ୍ସବ। ଏହି ମହୋତ୍ସବକୁ ଉଦଘାଟନ କରିବେ ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ବୋଲି ରବିବାର ଦିନ ବାଲେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।

ଏହି ମହୋତ୍ସବ ଚାରିଦିନ ଧରି ଚାଲିବକୁ ଥିବାବେଳେ କାର୍ଯ୍ୟକ୍ରମରେ ନେତା, ମନ୍ତ୍ରୀ, ପୋଲିସ୍, ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ ଆଇନ୍, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ୍, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ବିଧାନସଭାର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ୍, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ସୋର ବିଧାୟକ ମାଧବ ଚନ୍ଦ୍ର ଧଡ଼ା, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ୍ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜିଲ୍ଲାପରିଷଦ ସଦସ୍ୟ ନାରାୟଣ ଚନ୍ଦ୍ର ପ୍ରଧାନ, ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେବାକୁ ସଦୟ ସମ୍ମତି ଦେଇଛନ୍ତି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ନେପାଳରୁ ଆସୁଥିବା କଳାକାରମାନଙ୍କ ଦ୍ୱାରା ନେପାଳୀ ଲୋକ ନୃତ୍ୟ ସାଙ୍ଗକୁ ପୁରୀ ଜିଲ୍ଲାର ଗୋଟିପୁଅ ନୃତ୍ୟ, କୋଲକାତାର ପ୍ରସିଦ୍ଧ ଅର୍କେଷ୍ଟ୍ରା ମହୋତ୍ସବକୁ ଆକର୍ଷିତ କରିବ। ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଏବଂ ଓଡ଼ିଶା ବାହାରର ଖ୍ୟାତନାମା କଳାକାର ମାନେ ଏଥିରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ସାଙ୍ଗକୁ ମିଶନ୍ ଶକ୍ତି ଓ ସ୍ୱୟଂସହାୟିକା ଗୋଷ୍ଠୀର ଷ୍ଟଲ୍, କୁଟୀର ଶିଳ୍ପର ଷ୍ଟଲ ମଧ୍ୟ ଖୋଲାଯିବାର ବ୍ୟବସ୍ଥା କରାଯାଇଛି।ସେହିପରି ପ୍ରତିରକ୍ଷା ବିଭାଗର ଷ୍ଟଲ୍ ଏବଂ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ଇତ୍ୟାଦି ସାମୁଦ୍ରିକ ଖାଦ୍ୟର ଷ୍ଟଲ୍ ମଧ୍ୟ ଖୋଲାଯିବ। ଏହି ଅବସରରେ କମିଟିର ସ୍ମରଣିକା ‘ସୁବର୍ଣ୍ଣିକତା’ ଉନ୍ମୋଚିତ ହେବ।

ଏହା ପୂର୍ବରୁ ମହୋତ୍ସବର ପୃଷ୍ଠପୋଷକ ତଥା ସଦର ବିଧାୟକ ମାନସ୍ କୁମାର ଦତ୍ତ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ପରାମର୍ଶ କ୍ରମେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ ମହୋତ୍ସବର ନୋଡ଼ାଲ ଅଫିସର୍ ଭାବେ ଦାୟିତ୍ୱ ଦିଆ ଯାଇଛି। ଚାରିଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ନେଇ କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ଉପସଭାପତି ବିପ୍ଳବ କୁମାର ମହାନ୍ତି, ସାଧାରଣ ସମ୍ପାଦକ ହରେକୃଷ୍ଣ ଦାଶ ପ୍ରମୁଖଙ୍କ ସହ ଅନ୍ୟମାନେ ସୂଚନା ଦେଇଛନ୍ତି। ଏହି ଅବସରରେ କମିଟିର ସଦସ୍ୟ ଡ. ଲକ୍ଷ୍ମୀ ନାରାୟଣ ମହାନ୍ତିଙ୍କୁ ଉପସଭାପତି ଓ ପ୍ରଶାନ୍ତ ମହାନ୍ତିଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ କମିଟିର ଅତିରିକ୍ତ ସାଧାରଣ ସମ୍ପାଦକ ଭାବଗ୍ରାହୀ ମହାନ୍ତି, ସମ୍ପାଦକ ଭାଗବତ ସାହୁ, ସମରେନ୍ଦ୍ର ଦାଶ, କିଶୋର ଦାସ, ଡ. ଶ୍ରୀମାନ୍ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ମାଧବାନନ୍ଦ ମିଶ୍ର, ଗଙ୍ଗାଧର ରାଉତ୍, ଅମୃତାଂଶୁ ପଟ୍ଟନାୟକ, ନିର୍ମାଲ୍ୟ ମହାନ୍ତି, ପୁଣ୍ୟବ୍ରତ ମହାନ୍ତି, ରାଜେନ୍ଦ୍ର ପଟ୍ଟନାୟକ, ଆରତୀ ଦାସ, ସନ୍ଧ୍ୟାରାଣୀ ଭୂୟାଁ, ଜ୍ୟୋତିର୍ମୟୀ ସାମଲ୍, ରାମ ନାରାୟଣ ଶତପଥି, ସୁକୁମାର ରଣା, ସତ୍ୟନାରାୟଣ ନନ୍ଦ, ସେକ ଆଲାମ ଅଲ୍ଲୀ ଖାଁ, ତପନ ଜେନା, ଶ୍ରୀକାନ୍ତ ନାଏକ, ହାଇଦର ଖାନ୍, ସମରେଶ କୁମାର ସାମଲ୍ ପ୍ରମୁଖ କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.