ବାଲେଶ୍ୱରରେ ହିତାଧିକାରୀ ସଚେତନତା ପାଇଁ ଜିଲ୍ଲାପାଳ ଶୁଭାରମ୍ଭ କଲେ ‘ସହଯୋଗ’ ଭ୍ରାମ୍ୟମାଣ ସହାୟତା ରଥ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ନ ୧୦ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ‘ସହଯୋଗ’ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଶୁଭାରମ୍ଭ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସୂର୍ଯ୍ୟବଂଶୀ ମୟୁର ବିକାଶ। ଜିଲ୍ଲାପାଳ ପତାକା ଦେଖାଇ ଏହି ସହାୟତା ଭ୍ୟାନ୍ ର ଶୁଭାରମ୍ଭ କରିଥିଲେ।

ଏହି ଭ୍ୟାନ୍ ଜିଲ୍ଲାର ପୌରାଞ୍ଚଳ, ବ୍ଳକ ତଥା ଗ୍ରାମାଞ୍ଚଳ ଗସ୍ତ କରି ସରକାରଙ୍କ ୧୩ଟି ଯୋଜନାର ସୂଚନା ଓ ପ୍ରଚାର କରିବ।
ସହଯୋଗ ଭ୍ରାମ୍ୟମାଣ ସହାୟତା ଭ୍ୟାନର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ହିତାଧିକାରୀ ଯୋଉମାନେ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ରହିଯାଇଛନ୍ତି, ସେମାନଙ୍କୁ ସଚେତନ କରାଇବା। ଏହି ହିତାଧିକାରୀମାନେ ‘ସହଯୋଗ’ ପୋର୍ଟାଲ ମାଧ୍ୟମରେ ନିଜକୁ ଯୋଡ଼ି ସମସ୍ତ ଯୋଗ୍ୟ ଯୋଜନାର ଲାଭ ପାଇପାରିବେ।

ଏହା ସହିତ ଯେଉଁମାନେ ସହରାଞ୍ଚଳରେ ରହି ମଧ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀଭୁକ୍ତ ସେମାନେ ମଧ୍ୟ ଏଥିରେ ଯୋଡି ହୋଇ ଲାଭାନ୍ବିତ ହେବେ ପ୍ରଧାନମନ୍ତ୍ରୀ ଆବାସ (ସହରାଞ୍ଚଳ), ରାସନ କାର୍ଡ, ଇ-ଶ୍ରମ କାର୍ଡ, ସୁଭଦ୍ରା ଯୋଜନା, ଗାରିମା ଯୋଜନା, ପିଏମ ବିଶ୍ଵକର୍ମା ଯୋଜନା, ମଧୁବାବୁ ପେନସନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ, ପିଡବ୍ଲୁଡି ପରିଚୟ ପତ୍ର, ଯୋଗ୍ୟ ହିତାଧିକାରୀ ଏହିସବୁ ଯୋଜନାର ଲାଭ ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ, ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ବାଲେଶ୍ଵର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ନିର୍ଲିପ୍ତା ମହାନ୍ତି, ବାଲେଶ୍ଵର ତହସିଲଦାର ଦେବୀ ପ୍ରସନ୍ନ ସାରସ୍ଵତ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରିୟଦର୍ଶୀ ରାଜେଶ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.