ଜୁନାଗଡର ମାଁ ମାଟି ମମତା ଅନୁଷ୍ଠାନ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ହୀରାଖଣ୍ଡ ଏକ୍ସପ୍ରେସକୁ ଲଙ୍କେଶ୍ଵରୀ ଏକ୍ସପ୍ରେସ ନାମରେ ନାମିତ କରିବା ଏବଂ ଇସ୍ପାତ ଏକ୍ସପ୍ରେସକୁ ଟିଟଲାଗଡ଼ ଠାରୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ଦାବି

Omkar Vasthu
Omkar Vasthu

ଜୁନାଗଡ,୨୩/୮ : ଜୁନାଗଡ ସହର ହଜାରେ ବର୍ଷର ସହର ଏବଂ ଏହା ପୂର୍ବ ରୁ କଳାହାଣ୍ଡିର ରାଜଧାନୀ ମଧ୍ୟ ଥିଲା । ଜୁନାଗଡର ଅଧିଷ୍ଠିତ ଦେବୀ ମାଁ ଲଙ୍କେଶ୍ଵରୀ ହୋଇ ଥିବାରୁ ହୀରାଖଣ୍ଡ ଏକ୍ସପ୍ରେସକୁ ଲଙ୍କେଶ୍ଵରୀ ଏକ୍ସପ୍ରେସ ନାମରେ ନାମିତ କରିବା ଏବଂ ଇସ୍ପାତ ଏକ୍ସପ୍ରେସକୁ ଟିଟଲାଗଡ଼ ଠାରୁ ଜୁନାଗଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ପାଇଁ ଜୁନାଗଡ ର ମାଁ ମାଟି ସଂଗଠନ ପକ୍ଷରୁ ରେଳ ମନ୍ତ୍ରୀ ପୀୟୂଷ ଗୋୟେଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ସଂସାଦ ବସନ୍ତ ପଣ୍ଡା, ରାଜ୍ୟ ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ଜିଲ୍ଲା ର ସମସ୍ତ ବିଧାୟକ ଓ ଡିଆରମ ସମ୍ବଲପୁରଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଥିଲେ । ଏଥିରେ ମା ମାଟି ସଂଗଠନ ର ସଭାପତି ବିଶ୍ଵନାଥ କର ଉପ ସଭାପତି ପ୍ରମୋଦ ବେହେରା ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ରାଉତ, କୋଷାଧକ୍ଷ ବିଶ୍ଵନାଥ ସାହୁ ଉପଦେଷ୍ଟା ଅକ୍ଷ କୁମାର ନନ୍ଦ, ତ୍ରିଲୋଚନ ସିଂହ କୈଳାଶ ରାଉତ ଦାମୋଦର ବେହେରା ପ୍ରମୂଖ ଉପସ୍ଥିତ ଥିଲେ ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.