‘ଆମ ଘରେ ସ୍ୱଦେଶୀ ସବୁ ଘରେ ସ୍ୱଦେଶୀ’ ପାଇଁ ଆହ୍ବାନ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): “ଆମ ଘରେ ସ୍ୱଦେଶୀ ସବୁ ଘରେ ସ୍ୱଦେଶୀ”ର ସଂକଳ୍ପ ନେଇ ଏକ “ସ୍ୱଦେଶୀ ସଂକଳ୍ପ ଯାତ୍ରା” ରଥ ସହିତ ସକାଳ ୯ ଟାରୁ ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନରେ ସ୍ବାଗତ ଓ ସ୍ୱଦେଶୀ ସଭା ପରେ ଶାସ୍ତ୍ରୀ ସ୍ୱରୂପ ବିଦ୍ୟା ନିଜେତନ ଛାତ୍ରଛାତ୍ରୀ ସ୍ବାଗତ କରି ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ସେଠାରେ ସହସ୍ରାଧିକ ଛାତ୍ରଛାତ୍ରୀଙ୍କ ସ୍ୱଦେଶୀ ସଭା ଓ ସଂକଳ୍ପ ଓ ସଂକଳ୍ପ ଦୌଡ଼ ଅନୁଷ୍ଠିତ ହୋଥିବାବେଳେ କଳାହାଣ୍ଡି ଲେଖକ କଳା ପରିଷଦ ସମ୍ମୁଖରେ ସଂସ୍କାର ଭାରତୀ ଓ ସ୍ବାଗତ ଆଇ ଟି ଆଇ ପକ୍ଷରୁ ସ୍ବାଗତ ଓ ପଥ ପ୍ରାନ୍ତ ସଭା ଓ ସ୍ୱଦେଶୀ ସଂକଳ୍ପ ପାଠ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶାସ୍ତ୍ରୀଜୀ ମହିଳା ବିଦ୍ୟା ନିକେତନର ପ୍ରତିଷ୍ଠାତା ଜୟରାମ ସାହୁ, ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଉପ କୂଳ ସଚିବ ମେଜର ଡ. ଜୟଦେବ ସାହୁ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ସୁବ୍ରତ କୁମାର ପାଣିଗ୍ରାହୀ, ସଂସ୍କାର ଭାରତୀର ଉପାଧ୍ୟକ୍ଷା ପ୍ରୀତି ପଟ୍ଟନାୟକ, ସ୍ୱଦେଶୀ ଜାଗରଣ ମଞ୍ଚର ପ୍ରାନ୍ତ ସହ ସଂଯୋଜକ ମନୋରଞ୍ଜନ ରାଉତରାୟ, ପ୍ରାନ୍ତ ବିଚାର ପ୍ରମୁଖ ରବି ନାରାୟଣ ମିଶ୍ର, ପ୍ରାନ୍ତ ସଂଗଠକ ଅଭୟ ପ୍ରସାଦ ଜେନା, ଗ୍ରାହକ ପଞ୍ଚାୟତର ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ସୁଶୀଲ ପଣ୍ଡା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ନାୟକ, ପ୍ରାନ୍ତ ପରିଷଦ ସଦସ୍ୟ କୈଶବ ବିହାର ପ୍ରମୁଖ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂସ୍କାର ଭାରତୀ ପ୍ରାନ୍ତ ମହାମନ୍ତ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ଉପାଧ୍ୟକ୍ଷ ଭାଗିରଥୀ ବେହେରା, ଜିଲ୍ଲା ଅଧ୍ୟକ୍ଷ ତିଳକ ରାମ ନିଆଲ, ଭାଜପା ଜିଲ୍ଲା ଉପାଧ୍ୟକ୍ଷା ସନ୍ତୋଷୀ ଦାସ, ଭାଜପା ନେତ୍ରୀ ଶର୍ମିଷ୍ଠା ନାୟକ, ମଞ୍ଚର ମହିଳା ପ୍ରମୁଖ ଜୟନ୍ତୀ ବିହାରୀ, ସହ ପ୍ରମୁଖ ଚନ୍ଦ୍ରକାନ୍ତି ବାରିକ, ସ୍ୱାବଲମ୍ବୀ ଭାରତ ଅଭିଯାନର ଅଞ୍ଜଳି ଚଲାନ, ଲଳିତା ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନଗରର ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ସମୂହ ଓ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ସହସ୍ରାଧିକ ଛାତ୍ରଛାତ୍ରୀ କାର୍ଯ୍ୟକର୍ତ୍ତା ଯୋଗ ଦେଇ ସ୍ୱଦେଶୀ ସଂକଳ୍ପ ଯାତ୍ରା ଓ ଦୌଡ଼ରେ ଭାଗ ନେଇ ସଂକଳ୍ପ ନେଇଥିଲେ। କାର୍ଯ୍ୟକ୍ରମର ସୁରକ୍ଷା ଦୃଷ୍ଟିରୁ ପୋଲିସ ମୃତୟନ କରାଯାଇଥିଲା।





