ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ପଲମ (ଧବଳେଶ୍ଵର ଦୀପ): ନର୍ଲା ବ୍ଳକ୍ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରାର ୫୮ତମ ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ ନାଏକଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ସମ୍ମାନିତ ଅତିଥି ଭାବେ ନର୍ଲା ବିଡିଓ ବିପିନ୍ ବିହାରୀ ଦୀପ, ଏଡିଇଓ ତପିମଣି ଜାନୀ, ମୁସ୍କୁଟି ସରପଞ୍ଚ ସଞ୍ଜୁଲତା ଭୋଇ, ମୁଖ୍ୟ ବକ୍ତା ଭାବେ କେସିଙ୍ଗା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ପ୍ରବୀଣ ବେହେରା ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ଦେଓ ସାଂସଦ ଅନୁଦାନ ପାଣ୍ଠିରୁ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ବିଦ୍ୟାଳୟ ପଡ଼ିଆର କିସମ ପରିବର୍ତ୍ତନ ପାଇଁ ଉପ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ, ଶିକ୍ଷକ ସମୀର ରଞ୍ଜନ ନାଏକ ଓ ଶିକ୍ଷୟିତ୍ରୀ ସୁଶ୍ରୀ ସୁଜ୍ଞାନୀ ଦଳେଇ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ପ୍ରତିଭା ଭୋଇ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ସମୀର ରଞ୍ଜନ ନାଏକ ଏହାକୁ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ ଧନ୍ୟବାଦ ଦେଇଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.