ରୁପ୍ରାରୋଡ ଗାୟତ୍ରୀ ଶକ୍ତି ପୀଠରେ ବସନ୍ତ ପଞ୍ଚମୀ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ଗାୟତ୍ରୀ ଶକ୍ତି ପୀଠରେ ବସନ୍ତ ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ଅନୀଲ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପ୍ରତି ଯଜ୍ଞ କୁଣ୍ଡରେ ତିନି ଯୋଡି ଲେଖାଏଁ ଦମ୍ପତି ଆହୁତି ପ୍ରଦାନ କରିଥିଲେ। ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିବା ରୁପ୍ରାରୋଡର ଏହି ଗାୟତ୍ରୀ ଶକ୍ତି ପୀଠରେ ବର୍ଷକୁ ୩ ରୁ ୪ ଗୋଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଗତବର୍ଷ ଶାନ୍ତିକୁଞ୍ଜ ହରିଦ୍ୱାରର ପ୍ରତ୍ୟକ୍ଷ ତତ୍ୱାବଧାନରେ ୨୪ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜି ସରସ୍ୱତୀ ପୂଜା ରେ ବସନ୍ତ ପଞ୍ଚମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶାନ୍ତିକୁଞ୍ଜରେ ୧୯୨୬ ରେ ପ୍ରଥମ ଥର ଅଖଣ୍ଡ ଦୀପ ପ୍ରଜ୍ୱଳିତ ହୋଇଥିଲା। ତାହା ଆଜିପର୍ଯ୍ୟନ୍ତ ନୀରବଛିନ୍ନ ଭାବରେ ଜଳି ଆସୁଛି। ଏହାର ଶହେ ବର୍ଷ ପୂର୍ତ୍ତି ହେତୁ ଅଖଣ୍ଡ ଶତବାର୍ଷିକୀ ଓ ବନ୍ଦନୀୟା ମାତାଜୀଙ୍କର ଜନ୍ମ ଶତ ବାର୍ଷିକୀ ମଧ୍ୟ ପାଳନ କରାଯାଉଛି। ଏହି କ୍ରମରେ ରୁପ୍ରାରୋଡ ଗାୟତ୍ରୀ ଶକ୍ତି ପୀଠରେ ମଧ୍ୟ ଶତ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା। ମୋହନଗିରିର ସଞ୍ଜୟ ସାହୁ, କାଣ୍ଡେଲର କଳକୀ ବାଗ, ମଦନପୁର ରାମପୁରର ବ୍ରଜସିଂ ବାଗ ଯଜ୍ଞ ପରିଚାଳନା କରିଥିଲେ। ସର୍ବ ବ୍ୟବସ୍ଥା ପ୍ରମୁଖ ଭାବରେ ଅନୀଲ ଅଗ୍ରୱାଲା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପରିବ୍ରାଜକ ଗୌରଚନ୍ଦ୍ର ପଧାନ, ହେମନ୍ତ ସାହୁ, ଟୁକୁଲାଲ, ବିପିନ, ଅର୍ଜୁନ, ପ୍ରଶାନ୍ତ ପ୍ରମୁଖ ଭକ୍ତ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.