ପାତାଳଗଙ୍ଗା ଲୋକ ମହୋତ୍ସବର ଦ୍ବିତୀୟ ରଜନୀ

ଓଡ଼ିଆ ବାର୍ତ୍ତା/ ସିନାପାଲି/ ବୋଡେନ (ଲକ୍ଷ୍ମୀକାନ୍ତ ହଂସ): ନୂଆପଡ଼ା ଜିଲ୍ଲା ବୋଡ଼େନ ହାଇସ୍କୁଲ ଖେଳ ପଡିଆରେ ଠାରେ ଚାଲିଛି ପାତାଳଗଙ୍ଗା ଲୋକ ମହୋତ୍ସବ। ଏହାର ଦ୍ଵିତୀୟ ରଜନୀର ସାସ୍କୃତିକ ବିଚିତ୍ରା କାର୍ଯକ୍ରମରେ ଶିଶୁ ମନ୍ଦିର ବୋଡେନ, ରାମକାଠି, ଅର୍ମଲା ସ୍କୁଲ, ସିମରନ ଡେନ୍ସି ଗ୍ରୁପ ଡୁର୍ଗାମୁଣ୍ଡା, ଜହ୍ନବୀ ଦୁରିଆ ଓଡିଶୀ, ଇମ୍ପେରିଆଲ ପବ୍ଲିକ ସ୍କୁଲ ବୋଡେନ, ଡିଗ୍ରି କଲେଜ କଲେଜ ବୋଡେନ, ଏସ ଏସ ଡି ହାଇସ୍କୁଲ ବୋଡେନ ଛାତ୍ର ଛାତ୍ରୀ ଦ୍ବାରା ଅନୁଷ୍ଠିତ ହୋଇଥିଲା। ପରେ ପରେ ସଭା କାର୍ଯ୍ୟକ୍ରମ ଆୟୋଜକ କମିଟି ଉପସଭାପତି ଯୋଗେନ୍ଦ୍ର ନାଥ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନୂଆପଡା ଜିଲ୍ଲାପାଲ ମଧୁସୂଦନ ଦାସ ମୁଖ୍ୟ ଅତିଥି, ଖଡିଆଳ ସ୍ବୟ ଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଅଞ୍ଜଳି ପାଢୀ ମୁଖ୍ୟ ବକ୍ତା, ବିଡିଓ ସୁଶାନୁ ରଣା, ତହସିଲଦାର ସରିତା ଗୁମ୍ଫା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ପରିଚୟ ପ୍ରଦାନ ମୁକେଶ ଦଣ୍ଡସେନା, ସ୍ବାଗତ ଭାଷଣ ଓ ମଞ୍ଚ ପରିଚାଳନା ମେଘା ଦଣ୍ଡସେନା କରିଥିଲେ। ଏହାପରେ ଅନୁଷ୍ଠିତ ସାସ୍କୃତିକ କାର୍ଯ୍ୟକ୍ରମରେ ରମେଶ ଗୁର୍ଲା ପଦ୍ମପୁର, ତେମସା ନାଚ ଗ୍ରୁପ କୋରାପୁଟ, ବଜାଶାଲ ବଲାଙ୍ଗୀର, ଭବାନୀପାଟଣା ଡେନ୍ସ ଗ୍ରୁପ ଏବଂ ଅର୍ଜୁନ ଛତ୍ରିଆଙ୍କ ଦ୍ବାରା ପାଲା ପରିବେଷିତ ହୋଇଥିଲା। ଆୟୋଜକ କମିଟି ସଭାପତି ଲମ୍ବୋଧର ନିଆଲ, ସମ୍ପାଦକ ଗରୁଡଧ୍ବଜ ଦଣ୍ଡସେନା, ସହ ସମ୍ପାଦକ ରାଜୁ ହେଣ୍ଡା, କୋଷାଧ୍ୟକ୍ଷ ରୋହିତ ଦଣ୍ଡସେନା, ସୌଦାଗର ସାହୁ, ବେଣୁଧର ଜଗତ, ଡମବୁଢା ଗୁଆଲି, ଭମର ବୈଠାରୁ, ଅନ୍ୟ ମାନେ ସହଯୋଗ ପରିଚାଳନା କରିଥିଲେ। ପ୍ରାଧ୍ୟାପକ ଗୟାଧର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.