ଓଡ଼ିଆ ବାର୍ତ୍ତା /ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗାଁରେ ସପ୍ତାହଵ୍ୟାପୀ ଶ୍ରୀମଦ ଭାଗବତ ପାରାୟଣ ସମ୍ପନ୍ନ ହୋଇଯାଇଛି। ଏଥିରେ ଶତ୍ରୁଘ୍ନ ବଗର୍ତ୍ତୀ, ସୁଶୀଳା ବଗର୍ତ୍ତୀ କର୍ତ୍ତା ତଥା ଗଣେଶରାମ ଠାକୁର, କାର୍ତ୍ତିକ ଠାକୁର ପୂଜକ ଦାୟିତ୍ୱ ତୁଲାଇଥିଲେ। ଦେଉଳଗାଁର ପପୁନ ପଣ୍ଡା ବ୍ୟାସ ରହିଥିଲେ। ବିଭିନ୍ନ ପୌରାଣିକ ପ୍ରସଙ୍ଗକୁ ଖୋଲା ମଞ୍ଚରେ କଳାକାରଗଣ ମଞ୍ଚସ୍ଥ କରିଥିଲେ। ଅନ୍ତର୍ଯ୍ୟାମୀ ରାଜପଲିଆ କଂସ ଭୂମିକାରେ, ୟଶରାଜ ଚାନ୍ଦ- ବଳରାମ ଏବଂ ଅନମୋଲ ସୁଆର କୃଷ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। କୈଳାସ ଜୈନ, ମଧୁସୂଦନ ଖମାରୀ, ପିତାମ୍ବର ବାରିକ, ଚମରା ପୋଢ଼, ଅକ୍ଷୟ ଘିଭେଲା, ଯୁବରାଜ ବଗର୍ତ୍ତୀ, କୁଞ୍ଜବିହାରୀ ବଗର୍ତ୍ତୀ, ପଞ୍ଚାନନ ବଗର୍ତ୍ତୀ, ଦୁଲୁଚନ ବଗର୍ତ୍ତୀ, ସଞ୍ଜୟ ବଗର୍ତ୍ତୀଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଝରବାହାଲି ତଥା ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା।





