ସରିଆଁରେ ନେତାଜୀ ଜୟନ୍ତୀ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଗ୍ରାମରେ “ମାଇ ଭାରତ କଳାହାଣ୍ଡି” ଅନୁକୁଲ୍ୟରେ ଓ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ର ସହଯୋଗ ରେ ଧୁମ୍ ଧାମରେ ନେତାଜୀ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ମୁଖ୍ୟ ବକ୍ତା ଭାବେ ପିଏଚଏସ ସରିଆଁ ର ବିଜ୍ଞାନ ଶିକ୍ଷକ ଗଙ୍ଗା ନାରାୟଣ ଦାସ , ସମ୍ମାନୀତ ଅତିଥି ଭାବରେ ପିଏଚଏସ ସରିଆଁର ପ୍ରଧାନ ଶିକ୍ଷକ ସାଧୁରମ ଭୋଇ, କ୍ଲବ୍ ର ଉପଦେଷ୍ଟା ଜଗୁଳାଲ ଭୋଇ, ଶରତ ଚନ୍ଦ୍ର ଭୋଇ, ପ୍ରମୋଦ ଚନ୍ଦ୍ର ଭୋଇ ପ୍ରମୁଖ ଅତିଥି ଉପସ୍ଥିତ ଥିଲେ ଓ ନେତାଜୀ ସୁବାସ ଚନ୍ଦ୍ର ବୋଷ ଙ୍କ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ। ଏବଂ କ୍ଲବର ସଭାପତି ଦୁର୍ବାଦଳ ଭୋଇ ସଭାପତିତ୍ବ କରିଥିଵା ବେଳେ ଅନୁଷ୍ଠାନର ସଦସ୍ୟ ଅଚ୍ୟୁତାନନ୍ଦ ଭୋଇ ସଭା ପରିଚଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନେତାଜୀ ଜୟନ୍ତୀ ଉପଲକ୍ଷେ ଭାରତୀୟ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ମାନେ ବକୃତା ଦେଇଥିଲେ ଓ ପୂର୍ବତନ ଭାରତୀୟ ସେନା କର୍ମଚାରୀ ଚିତ୍ତରଞ୍ଜନ ସାହୁଙ୍କୁ ପୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ପରିଶେଷରେ ଅତିଥି ମାନଙ୍କ ହାତରୁ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ, ସରିଆଁର ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ଶୁକଦେବ ସାହୁ, କୋଷଧ୍ୟକ୍ଷ ସୌମ୍ୟ ରଂଜନ ସା ଙ୍କ ସମେତ ଅନୁଷ୍ଠାନର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.