ଡିଆଇଇଟି ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଡିଆଇଇଟି) ଠାରେ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ସଫଳତାର ସହିତ ଆୟୋଜିତ ହୋଇଛି। ଏଥିରେ ଅଧ୍ୟକ୍ଷ ନରୋତ୍ତମ ଭୋଇ ଅଧ୍ୟକ୍ଷତା କରିଥିଲେ। 

ଶିକ୍ଷା କ୍ଷେତ୍ରରେ ନୂତନ ପଦ୍ଧତି, ଶିକ୍ଷକ ପ୍ରଶିକ୍ଷଣର ଗୁରୁତ୍ୱ ଏବଂ ଶିକ୍ଷାର ଗୁଣମାନ ବୃଦ୍ଧି ନେଇ ସେମିନାରରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନୁଆପଡ଼ା ମଡେଲ ଡିଗ୍ରୀ କଲେଜର ସହାୟକ ପ୍ରଫେସର ପ୍ରହଲ୍ଲାଦ ମାଝୀ ଉପସ୍ଥିତ ରହି ଶିକ୍ଷାର ଗୁରୁତ୍ୱ ଓ ଗବେଷଣାମୁଖୀ ଶିକ୍ଷା ପ୍ରଣାଳୀ ସମ୍ପର୍କରେ ମୂଲ୍ୟବାନ ମତ ରଖିଥିଲେ। ସମ୍ମାନନୀୟ ଅତିଥି ଭାବେ ଡିଆଇଇଟି କଳାହାଣ୍ଡିର ଶିଶିକ୍ଷକ-ପ୍ରଶିକ୍ଷକ ଡ. ଦିଗମ୍ବର ନାଏକ ଯୋଗଦେଇ ଶିକ୍ଷକ ଶିକ୍ଷାରେ ନୂତନ ପ୍ରୟାସ ଓ ଅଭିଜ୍ଞତା ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମର ସଂଯୋଜନା ଭାର ବରିଷ୍ଠ ଶିକ୍ଷକ-ପ୍ରଶିକ୍ଷକ ବିକ୍ରମାଦିତ୍ୟ ସିଂହ ବରିହା ଗ୍ରହଣ କରି ସଭାକୁ ସୁଚାରୁ ଭାବେ ପରିଚାଳନା କରିଥିଲେ। ଶେଷରେ ଶିକ୍ଷକ-ପ୍ରଶିକ୍ଷକ ଶଙ୍କର ସାହୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ବବିତା ଶବର, ରୀନା ବାଗ, ଅନିତା ମଞ୍ଜରୀ ଶବର ଓ ଶ୍ରୀ ଟିକେଶ୍ୱର ପଣ୍ଡାଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା।

ଏହି ଜିଲ୍ଲାସ୍ତରୀୟ ସେମିନାରରେ ନୁଆପଡ଼ା ଜିଲ୍ଲାର ସମସ୍ତ ବ୍ଲକରୁ ଶିକ୍ଷକ, ସିଆରସିସି ଓ ଶିକ୍ଷା କର୍ମକର୍ତ୍ତାମାନେ ଅଂଶଗ୍ରହଣ କରି ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ସେମିନାରଟି ଶିକ୍ଷା କ୍ଷେତ୍ରରେ ନୂତନ ଦିଗ ଓ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.