କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ କେଓମାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷକ ସଞ୍ଜୀବ କୁମାର ପ୍ରଧାନ ସଭା ପରିଚାଳନା କରିଥିଲେ । ଶାରୀରିକ ଶିକ୍ଷକ ନରସିଂହ ସ୍ଵାମୀ ନାଇଡୁଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପୁରସ୍କାର ବିତରଣି ସଭାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ମୁଖ୍ୟ ଅତିଥି, ବିଜ୍ଞାନ ଶିକ୍ଷକ ଦୟାସାଗର ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜିତୁ ବଗର୍ତ୍ତୀ ବାଳକ ବିଭାଗରେ ଓ ରାକ୍ଷୀ ବାରିକ ବାଳିକା ବିଭାଗରେ ଚାମ୍ପିଅନ ବିବେଚିତ ହୋଇଥିଲେ । ଦୌଡ଼, ସଟ ପୁଟ, ଡିସ୍କସ ଥ୍ରୋ, ରିଲେ ରେସ, ମ୍ୟୁଜିକ ଚେୟାର ସହ ବିଦ୍ୟାଳୟର ଦୁଇ କ୍ଲବ ମଧ୍ୟରେ କ୍ରିକେଟ ମ୍ୟାଚ୍ ଆୟୋଜିତ ହୋଇଥିଲା । ୧୦୦ ମିଟର ବାଳକରେ ଜିତୁ ବଗର୍ତ୍ତୀ ପ୍ରଥମ, କ୍ରିଷ୍ଣା ବଗର୍ତ୍ତୀ ଦ୍ଵିତୀୟ , ଶୋଭାଚନ୍ଦ୍ର ସୁନାନୀ ତୃତୀୟ ଏବଂ ୧୦୦ ମିଟର ବାଳିକାରେ ସ୍ୱାଗତିକା ପ୍ରଧାନୀ ପ୍ରଥମ, ରାକ୍ଷୀ ବାରିକ ଦ୍ଵିତୀୟ, ପମି ବନଗୁଲା ତୃତୀୟ, ସଟ ପୁଟ ବାଳକରେ ଶୋଭାଚନ୍ଦ୍ର ସୁନାନୀ ପ୍ରଥମ, ପ୍ରତାପ ତାଣ୍ଡି ଦ୍ଵିତୀୟ, ବୁଲୁ ବଢିଆ ତୃତୀୟ, ସଟ ପୁଟ ବାଳିକା ବର୍ଗରେ ସଞ୍ଜନା ନନ୍ଦ ପ୍ରଥମ, ପ୍ରିୟା ସେଠ ଦ୍ଵିତୀୟ, ମନିଷା ବାଗ ତୃତୀୟ ବିବେଚିତ ହୋଇଥିଲେ । ଶେଷରେ କଳା ଶିକ୍ଷକ ସୁଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ଷ୍ମୀପ୍ରିୟା ଗୁରାଣ୍ଡି, ଦମୟନ୍ତୀ ଭାଟି, ପିଙ୍କି ପ୍ରଧାନୀ, କୌଶିକ ଭୋଇ, ସୁବିଜ୍ଞ ଗୁରାଣ୍ଡି, ତୀର୍ଥ ସୁନାନି, ରାଜେଶ ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.