ମୂଷାନାଲ ମହାବୀର ୱାରୀୟର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ମୂଷାନାଲ ହାଇସ୍କୁଲ ଖେଳପଡିଆ ଠାରେ ମହାବୀର ୱାରୀୟର କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୋନ୍ ୨ ଜିଲ୍ଲାପରିଷଦ ସଦସ୍ୟ ପରକ୍ଷିତ ନାଏକ, ସମ୍ମାନୀତି ଅତିଥି ଭାବେ ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ, ସମିତି ସଭ୍ୟ ବେଣୁଧର ବାଗ, ଯୁବ ସମ୍ବାଦିକ ଧର୍ମେନ୍ଦ୍ର ପଣ୍ଡା, ଜଗତ ପାତ୍ର, ସମାଜସେବୀ ମନିଷ ସାହୁ, ପବିତ୍ର ବାଗ, ମନୀଷ ମିଶ୍ର ପ୍ରମୁଖ ଯୋଗଦେଇ ଟୁର୍ନାମେଣ୍ଟକୁ ଉଦଘାଟନ କରିଥିଲେ। ଉଦଘାଟନ ମ୍ୟାଚଟି କୁମଖାଲ ଓ ବନ୍ଦପାରି ମଧ୍ୟରେ ହୋଇଥିଲା। କୁମଖାଲ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱକେଟ ହରାଇ ୧୪୯.କରିଥିଲା ଏହାର ଜବାବରେ ବନ୍ଦପାରି ୧୨ ଓଭରରେ ୭ ୱକେଟ ହରାଇ ୧୫୦, କରି ବିଜୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ, ମାଳିଯୁବାଙ୍ଗ ଓ ମେଲଘୁଟୁ ୱାରୀୟର ମଧ୍ୟରେ ହୋଇଥିଲା ବେଳେ ମାଳିଯୁବାଙ୍ଗ ପ୍ରଥମେ ବ୍ୟାଟିଂଙ୍ଗ କରି ୧୨ ଓଭରରେ ୭ ୱକେଟ ହରାଇ ୧୨୩ ରନ କରିଥିଲା। ଏହାର ଜବାବରେ ମେଲଘୁଟୁ ୱାରିୟର ୧୨ ଓଭରରେ ସମସ୍ତ ୱକେଟ ହରାଇ ୯୪, ରନ କରି ମାଳିଯୁବାଙ୍ଗ ମେଲଘୁଟୁ ୱାରୀୟର, ଠାରୁ ୨୯ ରନରେ ବିଜୟ ହାସଲ କରିଥିଲା। ପୁରସ୍କାର ବିତରଣ ଉତ୍ସବରେ ନିରଞ୍ଜନ ଦୋରା ଉବୁଜଲାଲ ହରିଜନ ସାମ୍ବା ମାଝୀ ଦାଇତ୍ୱ ତୁଲାଉଥିବା ବେଳେ କୁମଖାଳ ରାଜାକୁ ମ୍ୟାନ ଅଫଦ ମ୍ୟାଚ ପୁରୁସ୍କୃତ କରାଯାଇଥିଲା। ଏଥିରେ ଅମ୍ପିୟାର ଭାବେ ରାଜେଶ ନାୟକ, ଓ ଶୁଭମ ଦାସ ରହିଥିବା ବେଳେ ସଞ୍ଜୟ ପାତ୍ର ଓ ବୀରେନ୍ଦ୍ର ପୂଜାରୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଏଥିରେ ମୂଷାନାଳ ମହାବୀର ୱାରୀୟରର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.