ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମି ପୂଜନ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ (ସ୍ବାସ୍ତିଦୀପ ଆଦିତ୍ୟ): ସତ୍ୟାନନ୍ଦ ସରସ୍ଵତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ କାଳୀକୃଷ୍ଣ ସଂଘର ୪୩ତମ ବାର୍ଷିକ ମହାବିଷ୍ଣୁ ଯଜ୍ଞ ନିମନ୍ତେ ଜୁନାଗଡ ବ୍ଲକ ନକଟିଗୁଡା ଠାରେ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି। ସଂଘର ଗୁରୁଜୀ ଜଗଦାନନ୍ଦଜୀ ମହାରାଜ ଉପସ୍ଥିତ ରହି ଭୂମି କର୍ଷଣ ଓ ଶୁଭଖମ୍ବ ସ୍ଥାପନ କରିବା ସହ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ, ଯଜ୍ଞ ମାଧ୍ୟମରେ ପୃଥିବୀ ଶଷ୍ୟ ଶ୍ୟାମଳା ହୋଇଥାଏ ଓ ଯଜ୍ଞ ମାଧ୍ୟମରେ ସମଗ୍ର ଜୀବଜଗତରେ ଶାନ୍ତି, ମୈତ୍ରୀ ଓ ସଦଭାବ ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ସଂଘର ବେଦବ୍ରହ୍ମା ଶ୍ରୀ ସରୋଜାନନ୍ଦଜୀ ବୈଦିକ ବିଧି ବିଧାନରେ ପୂଜନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ତୋଷାନନ୍ଦ, ଶ୍ରୀ ଅମୀୟ ପାଢି ଓ ଶ୍ରୀ ଶ୍ରୀକାନ୍ତ ଖମାରୀ ସହଯୋଗ କରିଥିଲେ। କାଳୀକୃଷ୍ଣ ସଂଘର ସଭାପତି ଶ୍ରୀ ସଂଜୟ କୁମାର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସରିତା ପଣ୍ଡା ଯଜମାନ ଭାବରେ କାର୍ଯ୍ୟ ସଂପାଦିତ କରିଥିଲେ। ଆଗାମୀ ମାର୍ଚ୍ଚ ମାସର ତା.୧୭/୧୮/୧୯/୨୦ ତାରିଖରେ ମହାବିଷ୍ଣୁ ଯଜ୍ଞ ଆୟୋଜିତ ହେବା ସହ ସଂସ୍କାର କାର୍ଯ୍ୟକ୍ରମ: ମୁଣ୍ଡନ, ବ୍ରତୋପୟନ, କୁଣାବରୀ, ଅନ୍ନପ୍ରାସନ, କର୍ଣ୍ଣଭେଦ, ବିଦ୍ୟାରମ୍ଭ ତଥା ଘୃତ ଯଜ୍ଞ,ଅନ୍ନ ଛତ୍ର, ପ୍ରବଚନ, ଭଜନ ସଂଧ୍ୟା, ଦୀକ୍ଷା କାର୍ଯ୍ୟକ୍ରମ, ବିଭିନ୍ନ ସେବା ଯଜ୍ଞ ମାନ ଅନୁଷ୍ଠିତ ହେବ। ଭୂମିପୂଜନ କାର୍ଯ୍ୟକ୍ରମରେ ମୁଖ୍ୟସଂଘ କାର୍ଯ୍ୟକର୍ତ୍ତା, ବିଭିନ୍ନ ବିଭାଗର କାର୍ଯ୍ୟକର୍ତ୍ତା, ଶାଖା ସଂଘ ଓ ଗ୍ରାମର ଶିଷ୍ୟଶିଷ୍ୟା ଓ ଶୁଭେଚ୍ଛୁ ଉପସ୍ଥିତ ରହିଥିଲେ। ନକଟିଗୁଡା ଗ୍ରାମର ଶିଷ୍ୟ ଶିଷ୍ୟା ଓ ଜନସାଧାରଣ ଭୂମିପୂଜନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.