ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ପୂର୍ଣା ରାଜଧାନୀ ସଦର ମହକୁମା,ଐତିହାସିକ ସହର ବହୁବର୍ଷରୁ ଏନ.ଏ.ସି ମାନ୍ୟତା ପାଇଥିବା ସହର ଜୁନାଗଡ଼ ସହର ବର୍ତ୍ତମାନ ସହର ମଝି ଦେଇଯାଇଛି ୨୬ନମ୍ବର ଜାତୀୟ ରାଜପଥ,ଜୁନାଗଡ଼ ସହର କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟ କେନ୍ଦ୍ର,ଏହି ଜୁନାଗଡ଼ ସହରୁ ପଣ୍ୟ ସାମଗ୍ରୀ ରପ୍ତାନି କୃଷି ସାମଗ୍ରୀ ଆମଦାନୀ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଛି ଜୁନାଗଡ଼, ହେଲେ ଜୁନାଗଡ଼ ସହର ବାସିଙ୍କ ପାଇଁ ଟ୍ରାଫିକ ବ୍ୟବସ୍ତା ମୁଖ୍ୟ ସମସ୍ୟା ହୋଇ ଠିଆହୋଇଛି,କିଛି ମାସ ହେଲା ବା୍ଇପାସ ର ନକସା (ମେପ) ଜୁନାଗଡ଼ ବାସିନ୍ଦା ଙ୍କର ମୋବାଇ ରୁ ମୋବାଇ କୁ ଘୁରି ବୁଲୁଛେ,ନକ୍ସା ରେ ବନମାଲୀପୁର ରୁ ବାହାରି ଖରଳାବେଡା ଦେଇ ବଲ୍ଲଧିଆମାଳଛକରେ ସଂଯୋଗ ପାଇଁ ଥିବାବେଳେ,ବାଇପାସ ରାସ୍ତା ର ନିର୍ମାଣ ରେ ନା ନେଉନାହିଁ ବିଭାଗୀୟ ପ୍ରଶାସନ,ସେପଟେ ଓଡିଶା ରାଜ୍ୟ ର କଳାହାଣ୍ଡି ରୁ ଛତିଶଗଡ ରାଜ୍ୟର ରାଇପୁର ସହର ସଂଯୋଗ କରୁଥିବା ଏନ.ଏଚ ତୁରକେଲ ବ୍ରିଜ ଖରାପ ଥିବା ଯୋଗୁ ବର୍ତମାନ ଏନ.ଏଚ ୨୬ଜୁନାଗଡ଼ ଦେଇ ଭାରି ଜାନ ଗୁଡିକ ଦିନରାତି ସହରଦେଇ ଯାତାୟତ ହେଉଛି ଯାହାଫଳରେ ସହରମଧ୍ୟରେ ଟ୍ରାଫିକ ରେ ଅଟକ ରହି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ବିଶେଷ କରି ସ୍କୁଲ ଛାତ୍ର ଛାତ୍ରୀ,ଆମ୍ବୁଲାନ୍ସ ରୋଗୀସେବା ବ୍ୟାହତ ହେଉଛି ,ଏହି ଟ୍ରାଫିକ ସମସ୍ୟା କୁ ନେଇ ଜୁନାଗଡ଼ ପୋଲିସ ଦ୍ୱାରା ସମୟ ନିର୍ଘଣ୍ଟ କରି ସହର ମଧ୍ୟକୁ ଭାରିଜାନ ଟ୍ରକ ଗୁଡିକ ପ୍ରବେଶ ପାଇଁ ପୂର୍ବରୁ ଜିଲ୍ଲା ହେଡ଼କୱାଟର ଭବାନୀପାଟଣା ହେଉଥିଲାଭଳି, ନୋଏଣ୍ଟ୍ରି ବ୍ୟବସ୍ଥା ଜୁନାଗଡ଼ ରେ ଲାଗୁ କରିବା ପାଇଁ ଜୁନାଗଡ଼ ସହର ର ଜନସାଧାରଣ ସହିତ ବିଭିନ୍ନ ଗଣ ସଂଗଠନ ସମୂହ ଦାବି ହେଉଛି |




