ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଜାତୀୟ ବିଜ୍ଞାନ ଦିବସ ୨୦୨୬ର ବିଷୟବସ୍ତୁ ହେଲା “ବିଜ୍ଞାନରେ ନାରୀ: ବିକଶିତ ଭାରତ ଗଠନର ଉତପ୍ରେରକ”। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କରଙ୍କ ପୂର୍ବ ପ୍ରସ୍ତୁତି ଓ ମାର୍ଗଦର୍ଶନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଠାକୁର ବିବେକାନନ୍ଦ ପଧାନ, କହ୍ନେଇ ଚରଣ ଗୌଡ଼, ଚକ୍ରଧର ସା, ସୁବାସ ଚନ୍ଦ୍ର ବରାଡ଼ ଅଂଶ ଗ୍ରହଣ କରି ବିଜ୍ଞାନକୁ କିପରି ସାଧାରଣ ଲୋକଙ୍କ ହିତରେ ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା କରିଥଲେ। ପ୍ରେମାନନ୍ଦ ନାଏକ ଓ ଟୁକୁଲାଲ ପଧାନ ସହଯୋଗ କରିଥିଲେ।ବିଦ୍ୟାଳୟର ଶିକ୍ଷୟତ୍ରୀ ବବି ରଣା କାର୍ଯ୍ୟକ୍ରମର ସୁଚାରୁ ସଂଯୋଜନା କରିଥିଲେ। ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳନ କାର୍ଯ୍ୟକ୍ରମରେ ସନ୍ତୋଷ କୁମାର କର ସମ୍ବର୍ଦ୍ଧିତ ହେବା ସହ ଆଲୋଚକ ଭାବେ ଯୋଗଦେଇ, ସମାଜରେ ବୈଜ୍ଞାନିକ ମନୋଭାବ ଓ ବିଜ୍ଞାନମନସ୍କତା ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱପୂର୍ଣ୍ଣ ମତ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.