ମନରେଗାରେ ମହାଦୁର୍ନୀତି: ପୋଖରୀ ମଝିରେ ଆଡି ପକାଇବା ପାଇଁ ମସୁଧା; ମାଷ୍ଟର ମାଇଣ୍ଡ କିଏ?

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅସୁରମୁଣ୍ଡା ଗ୍ରାମରେ ମନରେଗା ଦୁର୍ନୀତି ଘଟଣା ଗୋଚରମୁଣ୍ଡା ନାମକ ଗୋଟିଏ ପୋଖରୀ ଥିବା ବେଳେ ଏହାର ବାରମ୍ବାର ନାମ ପରିବର୍ତ୍ତନ କରି ମହୁଲମୁଣ୍ଡା, ଗୋଚର ମହାବନ୍ଧ ଏପରି ନାମ ଦେଇ ଟଙ୍କା ହେରଫେର ହୋଇଥିବା ମନରେଗା ପୋର୍ଟାଲରୁ ଜଣାପଡିଛି । ବର୍ତମାନ ଦୁଇଟି ପୋଖରୀ ନଥିବା ବେଳେ ପୋଖରୀ ମଝିରେ ମାଟି ଆଡି ଦେଇ ଦୁଇ ଟା ପୋଖରୀ କରି ଘଣ୍ଟ ଘୋଡେଇବା ଯୋଜନା କରୁଛନ୍ତି । ଜେଇ,ସରପଞ୍ଚ , ପିଇଓ ଙ୍କ ଜାଣତ ରେ ଏହି ସବୁ ମନରେଗା ଯୋଜନାରେ ଚଞ୍ଚକତା ହୋଇଥିବା ସନ୍ଦେହ ହେଉଛି । ତଥ୍ୟ ଅନୁସାରେ (୧): ୨୦୨୧-୨୨- ରିନୋଭେସନ ଅଫ ଗୋଚରମୁଣ୍ଡା ବିର୍ଥୀଙ୍ଗ ଷ୍ଟିପ ଏବଂ ଗାଡୱାଲ ଅସୁରମୁଣ୍ଡା ଫେଜ (iii) ମହାବନ୍ଧ ନାଁ ରେ ୧୦ ଲକ୍ଷ, (୨): ୨୦୨୨-୨୩- ଗୋଚରମୁଣ୍ଡା ଟେଙ୍କ ଅସୁରମୁଣ୍ଡା ନାଁ ରେ ୧୦ ଲକ୍ଷ ପୁଣି ସେହି ଗୋଟିଏ ବର୍ଷ ରେ (୩): ୨୦୨୨-୨୩- ଗୋଚରମୁଣ୍ଡା ଟେଙ୍କ ଅସୁରମୁଣ୍ଡା ୧୦ ଲକ୍ଷ (୪): ୨୦୨୪-୨୫ – ରିନୋଭେସନ ଅଫ ଗୋଚରମହାବନ୍ଧ ନାଁ ରେ ୧୦ ଲକ୍ଷ , ପୁଣି ସେହି ଗୋଟିଏ ସ୍ଥାନରେ ନାଁ କୁ ପରିବର୍ତ୍ତନ କରି (୫): ରିନୋଭେସନ ଅଫ ମହୁଲମୁଣ୍ଡା ଟେଙ୍କ ନାଁ ରେ ୧୦ ଲକ୍ଷ, (୬): ୨୦୨୪-୨୫ – ରିନୋଭେସନ ଅଫ ଗୋଚରମୁଣ୍ଡା ୧୦ ଲକ୍ଷ, (୭): ୨୦୨୪-୨୫ – ରିନୋଭେସନ ଅଫ ଗୋଚରମୁଣ୍ଡା ୧୦ ଲକ୍ଷ, (୮): ୨୦୨୪-୨୫ – ରିନୋଭେସନ ଅଫ ଗୋଚରମୁଣ୍ଡା ପାଖ ଗୋଚରଜମି ନାଁ ରେ ୧୦ ଲକ୍ଷ, (୯): ୨୦୨୫-୨୬ – ରିନୋଭେସନ ଅଫ ଗୋଚରମହାବନ୍ଦ ଟେଙ୍କ ନାଁ ରେ ୧୦ ଲକ୍ଷ ଟଙ୍କା କାମ ହୋଇଥିବା ଜଣାପଡିଛି ।

ନିୟମ ଅନୁସାରେ ଗାଁର ଗୋଟିଏ କାମ ରେ ଗୋଟିଏ ନାଁ ରେ ଫାଇଲ ଖୋଲି ବ୍ଲକରୁ ଇଷ୍ଟିମେଟ ଏପୃବ ହେଲା ପରେ ଜେଇ ପଞ୍ଚାୟତ ଅଧିକାରୀ କାମର ଲେଆଉଟ ଦେଲାପରେ ଗାଁସାଥି କାମ କରୁଥିବା ସ୍ଥାନରେ ଉପସ୍ଥିତ ରଖି ଶ୍ରମିକ ମାନଙ୍କ ଏମଏମଏସ କରି ମନରେଗା କାମ ହୋଇଥାଏ କିନ୍ତୁ ଗୋଟିଏ ଜାଗା ରେ ବାରମ୍ବାର ନାମ ପରିବର୍ତ୍ତନ କରି କେମିତି ଫାଇଲ ଖୋଲି କାମ ହେଉଛି ଅଧିକାରୀ ଙ୍କୁ ଜଣାନାହିଁ ତାହା ସବୁଠୁ ବଡ଼ ପ୍ରଶ୍ନ ? ତଦନ୍ତ ଅଧିକାରୀ ଘଟଣାର ଗୁରୁତ୍ୱ ନଦେଇ ଟାଣ ମାଟି ନା ହାଲୁକା ମାଟି ଖୋଳି ପରିକ୍ଷା କରିଥିଲେ ଓ ଅଭିଯୋଗ କାରି ଓ ଅଭିଯୁକ୍ତ ଙ୍କୁ ବୁଝାମଣା କରିଥିଲେ। ଅଭିଯୋଗ ଅନୁଯାୟୀ ଆର୍ଥିକ ତଦନ୍ତ ହେଲାନାହିଁ। ଲୋକ ଟୁପୁରୁ ଫୁସୁରୁ ହେଉଛନ୍ତି ତଦନ୍ତ କରୁଛି ଯିଏ ଦୁର୍ନୀତି କରୁଛି ସିଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.