ନିସୁମ ମାରାଥନରେ ନାରିକଟାର ଚିତ୍ରସେନ ବାଗ ୬୦ ବର୍ଷ ବୟସ ବର୍ଗରେ ସଫଳତା

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ଅନ୍ତର୍ଗତ ନାରିକଟା (ଫପସି) ଗ୍ରାମର ଚିତ୍ରସେନ ବାଗ ନିସମ ମାରାଥନର ୬୦ ବର୍ଷ ପୁରୁଷ ବର୍ଗ ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣି ଦେଇଛନ୍ତି। କଳିଙ୍ଗ ରନର୍ସ ଟ୍ରଷ୍ଟ ନିସମ୍ କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡରେ ସହଯୋଗରେ ନିସମ ଭୁବନେଶ୍ୱର ମାରାଥନ ରେ ସପ୍ତମ ସଂସ୍କରଣରେ ଚିତ୍ରସେନ ବାଗ ୧୦ କିଲୋମିଟର ଦୌଡ଼ ମାରାଥନରେ ୬୦ ବର୍ଷ ପୁରୁଷ ବର୍ଗ ଭାଗ ନେଇ ଦୃତୀୟ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପାଇଁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.