ହେଲ୍ପ ଡେ଼କ୍ସ ଉଦଯାପନୀ ଦିବସରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ବିଦ୍ୟାର୍ଥୀ ପରିଷଦ ତରଫରୁ ଚନ୍ଦନ ବୃକ୍ଷ ରୋପଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସଦର ବ୍ଲକ ବଡ଼ିକିଆ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ପୁରାତନ ବିଦ୍ୟାର୍ଥୀ ପରିଷଦ, ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ, ସାଉଁ ତରଫରୁ ଗତ ୧୯ ଫେବୃଆରୀରୁ ଆରମ୍ଭ ହୋଇଥିବା ସହାୟତା କେନ୍ଦ୍ର ଆଜି ଉଦଯାପିତ ହୋଇଯାଇଛି।ଏହି ଅବସରରେ ପରିଷଦର ସଭାପତି ଜଳଧର ସାମଲଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ସଭାରେ କାର୍ଯ୍ୟକ୍ରମର ସଂଯୋଜକ ମନ୍ମଥ କୁମାର ବାରିକ ମଞ୍ଚ ଆହ୍ୱାନ କରିଥିବା ବେଳେ ପରିଷଦର ଯୁବ ସଂଗଠକ ‘ଅଭ୍ୟୁଦୟମ’ର ମୁଖ୍ୟ ସବ୍ୟସାଚୀ ପ୍ରଧାନ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସମ୍ପାଦକ ସୁଧାକର ସେଠୀ, ସହସମ୍ପାଦକ ନବକୁମାର ନାୟକ, ସାବିତ୍ରୀ ରାଣୀ ଦାସ, ଶୁଭଶ୍ରୀ ଶତପଥି, ବିଶ୍ୱଜିତ ସାମଲ, ଯତୀନ ମହାନ୍ତି, ସ୍ଥାନୀୟ ସମାଜ ସେବି ଠକର ଚରଣ ପାଢ଼ୀ, ବିଜୟ କୁମାର ଦାସ ପ୍ରମୁଖ କଥା ରଖିଥିଲେ। ଉପସ୍ଥିତ ଅଭିଭାବକ ଗଣ ଏବଂ ବଡ଼ିକିଆ ଶ୍ରୀ ଜଗନ୍ନାଥ ସ୍ମୃତି ମଣ୍ଡପ କମିଟିର ସରୋଜ ବେହେରା, ମନୋଜ କୁମାର ବାରିକ୍ ଆଦି ଉକ୍ତ ପରିଷଦର ଏହି ଅଭିନବ ପଦକ୍ଷେପକୁ ବିଭିନ୍ନ ସ୍କୁଲ ମାନଙ୍କରେ ସୁଦୂର ପ୍ରସାରି କରିବାକୁ ମତ ଦେଇଥିଲେ। ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଶବ୍ୟସାଚୀ ଶତପଥି। ଜୟଶ୍ରୀ ସାହୁ , ଶୁଭ୍ରାଂଶୁ ରାଉତ, ରାହୁଲ କୁମାର ବାରିକ ରଶ୍ମି ରଞ୍ଜନ ଜେନା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପରିଷଦ ତରଫରୁ ମନ୍ଦିର ପରିସରରେ ଚନ୍ଦନ ବୃକ୍ଷ ରୋପଣ କରାଯିବା ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍ମୃତି ବାହକ ମ୍ୟାଟ୍ରିକ ପରୀକ୍ଷା ବର୍ଷ ୨୦୨୫-୨୬ ବ୍ୟାଚର ତୈଳ ଚିତ୍ର ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.