ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ମାଁ ମାହେଶ୍ୱରୀ ପୀଠ ରେ ମହା ଆଡ଼ମ୍ବରରେ ଫାଲଗୁନ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ପୂଜାରୀ ନଅ ଅମାତ ମାନକୁ ଧରି ଛତର ଖଣ୍ଡା ବାଡି ଧରି ମନ୍ଦିର ବାହାର ପଡିଆରେ ପୂଜା କରି ହୋଲିକା ଦହନ କରିଥିଲେ। ଏହାପରେ ପୀଠରେ ମହା ଆଡ଼ମ୍ବରରେ ଫାଲଗୁନ ପୂର୍ଣ୍ଣିମା ପୂଜା କରା ଯାଇଥିଲା। ଏହି ପୂଜାରେ ପୂଜକ ରସିକ ବିହାରି ଯୋଷୀ, ଦେହେରୀ ତ୍ରିଶୀଙ୍ଗ ବଘାର, ବରୁଆ ଭକ୍ତବନ୍ଧୁ ବଘାର, ବରୁଆ ସତ୍ୟାନନ୍ଦ ଦନ୍ତା, ବରୁଆ ଉମେଶ ବଘାର, ନଅ ଅମାତ ଭାବରେ ବିରଞ୍ଚି ମେରଲି, ସୁଦର୍ଶନ କର୍ମୀ, ମୁରଲୀ ଖମାରୀ, ହୁର୍ଶିକେଶ ମାହାର, ଦଶରଥ ପ୍ରଧାନ, ଅରୁ ପଧାନ, ଅକୁର ପଧାନ, ପଲଟନ କର୍ମୀ, ସୁବାଷ ବଘାର, ଅଚ୍ୟୁତ ପଧାନ, ମାହେଶ୍ୱରୀ ପୂଜା ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ବଘାର, ଉମା ମାହେଶ୍ୱରୀ ସେନା ର ସଭାପତି ପିକୁନ ପଧାନ, ସଦସ୍ୟ ବିନୋଦ ବଘାର, ବାଲଗୋପଲ ବଘାର, ପିଣ୍ଟୁ ବଘାର, ପିତାମ୍ବର ବଘାର, ଦୁର୍ଯୋଧନ ବଘାର, କାର୍ତ୍ତିକ ବଘାର, ଯୁବରାଜ ବଘାର, ଗୌତମ ବଘାର, ବୁଲୁ ବଘାର, ପୀୟୁଷ ବଘାର, ବିଭିନ୍ନ ଗ୍ରାମରୁ ଆସିଥିବା ମାନ ଙ୍କ ମଧ୍ୟରେ ଦୀନବନ୍ଧୁ କମ୍ପ, କୃଷ୍ଣ କରନ, ଜଗଦୀଶ ପ୍ରଧାନ, ନେପାଲ ମହାକୁର, ନିମାଇଁ ଚରଣ ପଧାନ, ଅଶୋକ ଖେତି, ତୁଲାରାମ ମହାନ୍ତି, ସ୍ଵାଧୀନ ବଘାର, କୁନୁ ପଧାନ, ସୋମନାଥ କରନ ପ୍ରମୁଖ ଏହି ଯାତ୍ରାରେ ଉପସ୍ଥିତ ରହି ମାଁ ମାହେଶ୍ୱରୀଙ୍କ ଆଶୀର୍ବାଦ ଲାଭ କରିଥିଲେ।




