ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ୧୨ତମ ଶୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ମ. ରାମପୁର ଗୌଡପଡା ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହାର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ନାମଯଜ୍ଞରେ କର୍ତ୍ତା ଭାବେ ଅମର ସିଂ ପୋଡ ଓ ତାଙ୍କ ଧର୍ମ ପତ୍ନୀ ଲୋଚନା ପୋଡ଼ ଦାୟୀତ୍ୱ ନିର୍ବାହନ କରିଥିଲେ। ରାଧାକୃଷ୍ଣ ମନ୍ଦିର ପରିଚାଳନା କମିଟି ସଭାପତି ଭାବରେ ଭଗବାନ ଭୋଇ, ଉପ ସଭାପତି ଦେବେନ୍ଦ୍ର ପୋଡ଼, ସମ୍ପାଦକ ଭାବରେ ନାଏବ ସରପଞ୍ଚ ପ୍ରଶାନ୍ତ ମହାରଣା, ପୂଜା ବିଭାଗ ମୁଖ୍ୟ ଶିବ ରାମ ସାହୁ, ଭାଗବତ ଘିଭେଲା, ପ୍ରହର ସଞ୍ଚାଳନ ମୁଖ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସୁନ୍ଦର ସିଂ ପୋଡ଼, ନାଗେଶ୍ଵର ପୋଡ଼, ଦୂତୀଆ ଭୋଇ ଦାୟୀତ୍ୱ ତୁଲାଇ ଥିବା ବେଳେ ମୁଖ୍ୟ ପୂଜକ ଭାବରେ ପଣ୍ଡିତ ତ୍ରିଲୋଚନ ଦାସ, ସହଯୋଗୀ ପୂଜକ ପଣ୍ଡିତ ଉଦ୍ଧବ ପଣ୍ଡା ଓ ସୋମନାଥ ଦାସ ରହିଥିଲେ। ୨୬/୨ ଗୁରୁବାର ଦିନ ଶୁଭ ଖମ୍ବ ପୂଜାର୍ଚ୍ଚନା କରି ସ୍ଥାପନ କରା ଯାଇଥିଲା।ତା – ୨୭-୦୨-୨୦୨୬ ଶୁକ୍ରବାର ସନ୍ଧ୍ୟାରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତା – ୨୮-୦୨-୨୬ ଶନି ବାର ଦିନ ସକାଳ ୮.୧୫ ମି ରେ ନୀତି କାନ୍ତି ଓ ପୂଜାର୍ଚ୍ଚନା ପରେ ଅଖଣ୍ଡ ନାମ ଯଜ୍ଞ ଶ୍ରୀ ଶ୍ରୀ ରାଧା କୃଷ୍ଣ ସଙ୍କୀର୍ତ୍ତନ ମଣ୍ଡଳୀ ନାମାରମ୍ଭ କରିଥିଲେ। ଶୋହଳ ପ୍ରହର ନାମ ଯଜ୍ଞ ରେ କଳାହାଣ୍ଡି, ବଲାଙ୍ଗୀର ଓ ସୋନପୁର ଜିଲ୍ଲାରୁ ୧୦ ଗୋଟି ସଙ୍କୀର୍ତ୍ତନ ଦଳ ଯୋଗ ଦେଇଥିଲେ। ମାର୍ଚ୍ଚ ୦୨ ସକାଳ ୮.୨୫ ମି ରେ ନାମ ଛାଡିବା ସହ ପୂର୍ଣ୍ଣାହୁତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପରିଷଦ ଅଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ରାମପୁର ସରପଞ୍ଚ ବୀଣା ପାଣି ସାହୁ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ମୋହନଗିରିରୁ ଗଜାନନ ବାବା ପ୍ରମୁଖ ଶୋହଳ ପ୍ରହର ନାମଯଜ୍ଞ ରେ ଯୋଗ ଦେଇଥିଲେ। ଫାଲଗୁନ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଓ ଶ୍ରୀ ଶ୍ରୀ ରାଧାକୃଷ୍ଣଙ୍କ ବିମାନ ଦ୍ବୟ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମା କରି ଆଜି ରାଜାଗ୍ନୀ ବା ହୋଲିକା ଦହନ ପରେ ବିମାନ ଦ୍ବୟ ନିଜ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଚନ୍ଦ୍ର ଗ୍ରହଣ ଯୋଗୁଁ ଆସନ୍ତା ୦୪-୦୩-୨୬ ରିଖ ବୁଧ ବାର ଦିନ ପବିତ୍ର ଶୋହଳ ପ୍ରହର ର ନଗର କୀର୍ତ୍ତନ, ବିମାନ ଶୋଭାଯାତ୍ରା ଓ ହୋଲି ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିର ପୂଜକ ଅଶୋକ ତ୍ରିପାଠୀ, ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ, ଅନାଦି ଭୋଇ, ଅରକ୍ଷିତ ଦଣ୍ଡସେନା, ଭିକାରୀ ବଗର୍ତ୍ତୀ, ସାଗର ପୋଡ଼, ଗୋକୁଳ ଭୋଇ, କୀର୍ତ୍ତନ ଘିଭେଲା, ଜୟ ହାତୀ,କୁଶ ବାଗ, କୃଷ୍ଣ ଚନ୍ଦ୍ର ସାହୁ, ରାମ ସିଂ ପୋଡ଼, ଶିବ ନାହାକ, ପ୍ରଶାନ୍ତ ସାମନ୍ତରା,ମାନସ ମହାରଣା, ମନ୍ଦିର କମିଟିର ସଦସ୍ୟ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ।ଶାନ୍ତି ଶୃଙ୍ଖଳା ରେ ୧୨ ତମ ଶୋହଳ ପ୍ରହର ଅଖଣ୍ଡ ନାମ ଯଜ୍ଞ ସମାପନ ହୋଇ ଥିବାରୁ ମନ୍ଦିର କମିଟି ର ସଭାପତି ଭଗବାନ ଭୋଇ ଗୌଡ ପଡା, ପୋଲିସପଡା ଓ କୁସୁମ ନଗରପଡା ବାସୀଙ୍କୁ କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି।




