ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ପାଇଁ ଗ୍ରାମର ବରିଷ୍ଠ ନାଗରିକ ଜହରଲାଲ ବିଶ୍ଵାଳଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ବୈଶାଖ ପୂର୍ଣ୍ଣିମାରେ ସର୍ଗିଗୁଡା ନାମଯଜ୍ଞ ଅନୁଷ୍ଠିତ ହୋଇଥାଏ। ଏହି କ୍ରମରେ ପ୍ରାୟତଃ ମଇ ମାସରେ ନାମଯଜ୍ଞ ହୋଇଥାଏ। ପ୍ରଥମେ ସଭାପତି ଶ୍ରୀ ବିଶ୍ଵାଳଙ୍କ ସ୍ବାଗତ ଭାଷଣ ପରେ ସଭା ଅନୁଷ୍ଠିତ ହୋଇଥିଲା। ନାମ ଯଜ୍ଞ ସମ୍ବନ୍ଧୀୟ ବିଭିନ୍ନ ବିଷୟ ଆଲୋଚନା ପରେ ଯଜ୍ଞ ପରିଚାଳନା ପାଇଁ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗ୍ରାମର ଯୁବ ନେତୃତ୍ଵ ତଥା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ଅଜୟ କୁମାର ନାଏକଙ୍କୁ ସର୍ଵସମ୍ମତି କ୍ରମେ ସଭାପତି ଭାବରେ ମନୋନୀତ କରଯାଇଥିଲା। ସେହିଭଳି ଉପସଭାପତି ଭାବରେ ପୂର୍ଣ୍ଣଚନ୍ଦ୍ର ବେହେରା, ସଧାରଣ ସମ୍ପାଦକ ଭାବରେ ଅନନ୍ତ ମାଝୀ, ସହ ସମ୍ପାଦକ ଭାବରେ ବସନ୍ତ ମିଶ୍ର, କାର୍ଯ୍ୟକାରୀ ସମ୍ପାଦକ ଭାବରେ ଲଳିତ ପଧାନ, କୋଷାଧ୍ୟକ୍ଷ ଭାବରେ ଯତୀନ୍ଦ୍ର ସାହୁଙ୍କୁ ସର୍ଵ ସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଯଜ୍ଞ କର୍ତ୍ତା ଭାବରେ ଜଗମୋହନ ପଧାନଙ୍କୁ ଚୟନ କରାଯାଇଥିଲା। ଜହରଲାଲ ବିଶ୍ଵାଳ, ସନାତନ ବିଶ୍ଵାଳ, ଲିଙ୍ଗରାଜ ମିଶ୍ର, ପ୍ରଦୀପ ନାଏକ, କଲ୍ୟାଣ ସାହୁ, ବୀରକିଶୋର ମାଝୀ,ତୀର୍ଥବାସୀ ପଧାନ, କୁମୁଦ ନାଏକ, ଚକ୍ରଧର ସା, ଉଗ୍ରସେନ ଗଉଡ଼, ସଞ୍ଜୟ ନାଏକ, ରତ୍ନାକର ପାଢୀ, ସଙ୍କୀର୍ତ୍ତନ ପଧାନ, ଚକ୍ରଧର ସା, ପଙ୍କଜ ପଧାନ, ଗଜିନ୍ଦ୍ର ମାଝୀ ପ୍ରମୁଖଙ୍କ ସମେତ ୨୧ ଜଣ ସଦସ୍ୟଙ୍କୁ ନେଇ ଉପଦେଷ୍ଟା ମଣ୍ଡଳୀ ଗଠନ କରଯାଇଥିଲା। ଗ୍ରାମର ଯୁବ ଗୋଷ୍ଠୀଙ୍କୁ ନେଇ ଅର୍ଥ କମିଟି ଗଠନ କରାଯାଇଥିଲା। ସ୍ଥାନୀୟ ଓ ବାହ୍ୟ ସ୍ଥାନରୁ ମୋଟ ୧୨ ଗୋଟି ସଙ୍କୀର୍ତ୍ତନ ମଣ୍ଡଳୀଙ୍କୁ ନାମଯଜ୍ଞ ପାଇଁ ନିମନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ନିଆଗଲା। ଗ୍ରାମର ପ୍ରତ୍ୟେକ ପରିବାର ସ୍ଥାୟୀ ଅନୁଦାନ ସହିତ କାର୍ଡ ଧାରୀ ବ୍ୟକ୍ତି ଗୋଟିଏ ମାସର ଚାଉଳ ନାମଯଜ୍ଞ ପାଇଁ ଦାନ କରିବେ ବୋଲି ନିଷ୍ପତି ନିଆଯାଇଥିଲା। ଏହାବାଦ ନାମଯଜ୍ଞ ପାଇଁ ବିଭିନ୍ନ ସାମଗ୍ରୀ ଦାନ କରିବେ ବୋଲି ଗ୍ରାମର ଅନେକ ଶ୍ରଦ୍ଧାଳୁ ଭକ୍ତ ବୈଠକରେ ଘୋଷଣା କରିଥିଲେ। ଗତବର୍ଷ ନାମଯଜ୍ଞ ର ବଳକା ଅର୍ଥ ପୁରୁଣା କମିଟିର ସମ୍ପାଦକ ନୂତନ କମିଟିକୁ ହସ୍ତାନ୍ତର କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶାନ୍ତିପାଠ ପରେ ସଭାପତି ଶ୍ରୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।




