ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସହରର ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ଦୋଳ ଉତ୍ସବ ଅବସରରେ ପୁରୁଣାପଡା ଗଙ୍ଗା ଦେବୀ ମନ୍ଦିର ଛକରେ ଦୋଳ ଉତ୍ସବ-୨୦୨୬ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଇନ୍ଦ୍ରଜିତ ମହାଖୁଡଙ୍କ ଅଧ୍ୟକ୍ଷତାରେ ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧକ୍ଷ ଡ. ଅଜୟ ମିଶ୍ର, ସମ୍ମାନିତ ଅତିଥି ଭାବେ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା , ଇଞ୍ଜିନିୟର ନିରଞ୍ଜନ ପ୍ରଧାନ, ୧୪ ନଂ ୱାର୍ଡର କାଉନସିଲର ଶ୍ରୀମତୀ ରଞ୍ଜୁକ୍ତା ପ୍ରଧାନ, ମନମୋହନ ପ୍ରଧାନ, ରାଜେନ୍ଦ୍ର ପ୍ରଧାନ ଓ ବରିଷ୍ଠ ଆଇଜୀବୀ ସିଦ୍ଧାର୍ଥ ନାୟକ ଯୋଗଦେଇଥିଲେ। ଆକାଶବାଣୀ ଉଦଘୋଷକ ଆଲୋକ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ। କୁନି କୁନି ଶିଶୁ ମାନଙ୍କ ମଧ୍ୟରେ ନୃତ୍ୟ କାର୍ଯ୍ୟକ୍ରମ ହୋଇଥିଲା। ମୁଖ୍ୟ ଆକର୍ଷଣ ଥିଲା ଗୀତିନାଟ୍ୟ “ରାଧା ମାଜିଷ୍ଟ୍ରେଟ କୃଷ୍ଣ ମୁଦାଲା” ଯାହାକୁ ପରିବେଷଣ କରିଥିଲେ ସକ୍ଷମ ନୃତ୍ୟ ଏକାଡେମୀର କଳାକାରମାନେ। ନାଟକଟିକୁ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଲିପସା ରାଣୀ ବାରିକ।ଶେଷରେ ଆଲୋକ କୁମାର ସାହୁ ଧନ୍ୟବାଦ୍ ଅର୍ପଣ ଦେଇଥିଲେ। ଏହି କାର୍ଯକ୍ରମରେ ବିକାଶ ପ୍ରଧାନ, କାହ୍ନୁ ଚରଣ ପ୍ରଧାନ (ବଣ୍ଟି), ରବୀନ୍ଦ୍ରନାଥ ପ୍ରଧାନ, ପରଖିତ ବିଶ୍ଵାଳ, ଦୀପକ ସାହୁ, ମନୋଜ ଡାକୁଆ, ତିରୁପତି ପ୍ରଧାନ, ଟୁନା ପ୍ରଧାନ, ସଞ୍ଜୟ ମହାରଣା, ଶଙ୍କର ମହାରଣା, ଭବେନ୍ଦ୍ର ଡାକୁଆ, ଆୟୁଷ ସ୍ୱାଇଁ, ରୁପେଶ ପ୍ରଧାନ ପ୍ରମୂଖ ସହଯୋଗ କରିଥିଲେ।




