ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତ ପଳାସପୁର ଛକ ଠାରେ ‘କଥା ଓ କବିତା’ରେ ହୋଲି ପାଳିଲେ ଅଞ୍ଚଳବାସୀ। ସ୍ଥାନୀୟ ସାମାଜିକ ଅନୁଷ୍ଠାନ ‘ସୃଷ୍ଟି’ ଓ ‘ଅଭ୍ୟୁଦୟମ’ର ମିଳିତ ସହଯୋଗରେ ନିଆରା ଭାବରେ ପ୍ରଥମ ଥର ପାଇଁ ଗ୍ରାମୀଣ ପରିବେଶରେ ରଙ୍ଗର ପର୍ବ ହୋଲି ପାଳନ କରାଯାଇଛି। ଏହି ଅବସରରେ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ହୋଇ ଅଞ୍ଚଳ ବାସୀଙ୍କୁ ଉଦବୋଧନ ଦେବାସହ, ରାସାୟନିକ ରଙ୍ଗ ବ୍ୟବହାର ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୁରୁଡ଼ା ଛକ ଠାରୁ ଭାୟା ପଳାଶପୁର ଛକ ଦେଇ ମଠସାହି ପର୍ଯ୍ୟନ୍ତ ଚୌଡାଯୁକ୍ତ ରାସ୍ତା ରାସ୍ତା ଖୁବନିକଟରେ ଆରମ୍ଭ ହେବ ବୋଲି କଥା ରଖିଥିଲେ। ଏହା ଅଞ୍ଚଳ ବାସୀଙ୍କୁ ହୋଲିର ଭେଟି ବୋଲି କଥା ଛଳରେ ପ୍ରକାଶ କରିଥିଲେ। ହୋଲିରେ ସମ୍ପୂର୍ଣ୍ଣ ନିଶା ମୁକ୍ତ ବାତାବରଣର ବାର୍ତ୍ତା ନେଇ, ଅନ୍ୟମାନଙ୍କ ମଧ୍ୟରେ ‘ପ୍ରତିଭାଶ୍ରୀ’ର ମୁଖ୍ୟ କବି ପ୍ରଶାନ୍ତ ଦାସ, ପ୍ରାକ୍ତନ ସରପଞ୍ଚ ବିରୁପାକ୍ଷ୍ୟ ମହାପାତ୍ର, ଯୁବକବି ମଧୁସୂଦନ ମିଶ୍ର, ବ୍ୟଙ୍ଗକବି ପଦ୍ମଲୋଚନ ପ୍ରଧାନ, ପ୍ରଭାକର ସାହୁ, ‘ସୃଷ୍ଟି’ର ମୁଖ୍ୟ ସନତ କୁମାର ପରିଡା, ଜୟନ୍ତ ହଂସ ରାଜ, ଡାକ୍ତର ସମୀକ୍ଷା ଦାଶ, ଇଂ ଦେବେନ୍ଦ୍ର ଧିନ୍ଦା ପ୍ରମୁଖ ଉପସ୍ଥିତ ହୋଇ କଥା ଓ କବିତା ରଖିଥିଲେ। କବି ସୁଧାକର ସେଠୀ ମଞ୍ଚ ପରିଚାଳନା କରିଥିବା ବେଳେ ଶକ୍ତି ପ୍ରସାଦ ରାଉତ ମଞ୍ଚ ଆହ୍ୱାନ ଓ ଦେବୀ ପ୍ରସାଦ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁରଜ ପରିଡା, ଦିବ୍ୟଜ୍ୟୋତି ରାଉତ,ସୁଧାକର ରାଉତ,ଭଗବାନ ସାହୁ, ରଜନୀକାନ୍ତ ସାହୁ, ପରମା ନନ୍ଦ ସିଂହ, ଶୁଭ୍ରାଂଶୁ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।




