ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବିଜେପି ବୋର୍ଡା ମଣ୍ଡଳ ସଭାପତି ନରେଶ ସାହୁଙ୍କ ନେତୃତ୍ୱରେ ବୋର୍ଡା ମଣ୍ଡଳ ସ୍ତରୀୟ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ୨ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଗର ପ୍ରଥମ ଅଧିବେଶନରେ ଡ଼ୁମରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସଂଜୀବକୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ସନ୍ତୋଷ କୁମାର ଦାସ ଏବଂ ଦ୍ଵିତୀୟ ଅଧିବେଶନରେ ଶରତ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ବିଭୀଷଣ ସାହୁ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ। ଏଥିରେ ଅକ୍ରୁର ହରପାଳ, ଜୟରାମ ଗହୀର,ବିଘ୍ନରାଜ ଗହୀର,ସାଗର ମାଝୀଙ୍କ ସହ ମଣ୍ଡଳ କମିଟିର ସମସ୍ତ ପଦାଧିକାରୀ, ସମସ୍ତ ବୁଥ ସଭାପତି,ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚ ପରିଚାଳନା କରିଥିଲେ ଲୋକନାଥ ହେର୍ଣ୍ଣା ଏବଂ ଶେଷରେ ରାଘବ ଛତ୍ରୀୟା ଧନ୍ୟବାଦ ଅର୍ପଣ କରିଥିଲେ।





