ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଜନତା ପାର୍ଟି ଭବାନୀପାଟଣା ନଗର ମଣ୍ଡଳ ତରଫରୁ ସ୍ଥାନୀୟ ନକଟିଗୁଡା ସ୍ଥିତ ଡା. ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ପାଖରେ ଭାରତରତ୍ନ ତଥା ସମ୍ବିଧାନ ପ୍ରଣେତା ଡା. ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜନ୍ମଜୟନ୍ତୀ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ନଗର ମଣ୍ଡଳର ଅନୁସୂଚିତ ଜାତି ମୋର୍ଚ୍ଚାର ପ୍ରମୁଖ ମନୋଜ ନାଏକ ଅଧ୍ୟକ୍ଷତା କରିଥିବା ବେଳେ ଭବାନୀପାଟଣା ନଗର ପ୍ରଭାରୀ ଲୋକନାଥ ଦୁର୍ଗା ମଞ୍ଚ ସଂଯୋଜନା କରିଥିଲେ। ମଞ୍ଚାସୀନ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼,ନଗର ସଭାପତି ଚିତ୍ତରଞ୍ଜନ ପାତ୍ର, ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା, ପୂର୍ବତନ ସଦର ବିଧାୟକ ଅନାମ ନାଏକ, ବରିଷ୍ଠ ନେତା ଡା. ଭବାନୀ ଶଙ୍କର ନିଆଲ, ଜିଲ୍ଲା ଉପସଭାପତି ଜୟଶଙ୍କର ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଧୀର ମୁଣ୍ଡ, ତୁଳସୀପାଲି ସରପଞ୍ଚ ଦିବ୍ୟଜ୍ୟୋତି ଦୀପ, ନଗର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଅନୁସୂଚିତ ଜାତି ମୋର୍ଚ୍ଚା ର ବରିଷ୍ଠ ନେତା କୈଶବ ବିହାରୀ, କେଶରୀ ଦୁର୍ଗା, ପ୍ରଦୀପ ବିହାର, ରବୀନ୍ଦ୍ର ଛତ୍ରିଆ, ଶଙ୍କର ନାରାୟଣ ସେନାପତି, ଚକ୍ରଧର ସେଠୀ, ମଧୁସୂଦନ ନାଏକ, ବରିଷ୍ଠ ନେତା ଭାରତ ଭୂଷଣ ଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚାସୀନ ସମସ୍ତ ଅତିଥି ଗଣଙ୍କ ଦ୍ୱାରା ସର୍ବପ୍ରଥମେ ଡା. ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ଧୂପ ଦୀପ ଏବଂ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧIଞ୍ଜଳି ଜ୍ଞାପନ କଲାପରେ ଡା. ଭବାନୀ ଶଙ୍କର ନିଆଲ, ଯୁଗଳ କିଶୋର ପୋଢ଼, ଭବେନ୍ଦ୍ର ପଣ୍ଡା, କୈଶବ ବିହାରୀ ଏବଂ ଅନ୍ୟାନ୍ୟ ବକ୍ତାଗଣ ଡା. ଆମ୍ବେଦକରଙ୍କ ଜୀବନ ଶୈଳୀ ତଥା ଜୀବନ ଦର୍ଶନ, ସାମାଜିକ ନ୍ୟାୟ ଉପରେ ଚର୍ଚ୍ଚା ଏବଂ ବକ୍ତବ୍ୟ ରଖିବା ସହ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରୁ ଗଣମାଧ୍ୟାମ ଶାଖାର ଜିଲ୍ଲା ସଂଯୋଜକ ନରହରି ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ସନ୍ତୋଷ ବିଶି, କୃଷକ ମୋର୍ଚ୍ଚାର ନଗର ସଭାପତି ସତ୍ୟନାରାୟଣ ବିଶି, ନିରଞ୍ଜନ ଯୋଶୀ, ସୁଜିତ ସ୍ୱାଇଁ, ଅବିନାଶ ବେହେରା, ମହିଳା ମୋର୍ଚ୍ଚାର ନଗର ସଭାନେତ୍ରୀ ଅନିତା ବିଶ୍ୱାଳ, ଭାରତ ବିଶ୍ୱାଳ, ରାକେଶ ଶର୍ମା, ରବି ସେନାପତି, ଭଣ୍ଡେଶ୍ୱର ମହାପାତ୍ର, ସୁରଜ ମହାପାତ୍ର, ଅଭିନନ୍ଦନ ସିଂ, ମୁରଲୀ ପଶାୟତ, ପତୱନ୍ତ ସିଂ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବକୁ ସଫଳ କରିବାରେ ସହଯୋଗ କରିଥିଲେ। ଶେଷରେ କୃଷକ ମୋର୍ଚ୍ଚାର ପୂର୍ବତନ ଜିଲ୍ଲା ସଭାପତି କେଶରୀ ଦୁର୍ଗା ଧନ୍ୟବାଦ ଅର୍ପଣ କରିଥିଲେ।





