ସିବିଏସସି ପରୀକ୍ଷା ଫଳ: ଶ୍ରୀ ଏଜୁକେସନର ସଫଳତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ସିବିଏସସିରେ ଶ୍ରୀ ଏଜୁକେସନ ଶତ ପ୍ରତିଶତ ସଫଳତା ହାସଲ ହୋଇଛି | କଳାହାଣ୍ଡି ଜିଲ୍ଲା ମ.ରାମପୁରର ତୁଯୁଙ୍ଗରେ ଥିବା ଏହି ଶିକ୍ଷା ଅନୁଷ୍ଠାନରେ ଚଳିତ ବର୍ଷ ୨୫ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮ ଜଣ ପ୍ରଥମ ସ୍ଥାନ ଓ ୩ ଜଣ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଆଶ୍ରିତା ସାହୁ ୯୨ % ରଖି ପ୍ରଥମ, ନମନ ବଳିୟାର ସିଂହ ୮୬ % ଦ୍ୱିତୀୟ, ଶୁଭଶ୍ରୀ ସଞ୍ଚିତା ଭୋଇ ୮୪% ରଖି ତୃତୀୟ ସ୍ଥାନରେ ରହିଛନ୍ତି | ଏହି ସଫଳତା ପାଇଁ ଶ୍ରୀ ଏଜୁକେସନର ମୁଖ୍ୟ ପରିଚାଳକ ସରୋଜ ପତି, ସଭାପତି ବରିଷ୍ଠ ଆଇନଜିବୀ ସପନ କୁମାର ପଟ୍ଟନାୟକ, ପ୍ରକଳ୍ପ ସଂଯୋଜକ ମନୋଜ କୁମାର ପତି, ଉପ ସଭାପତି ସସ୍ମିତା ପତି, ଅଧ୍ୟକ୍ଷ ସୁଧାଂଶୁ ଶେଖର ଶତପଥୀ, ଏବଂ ଅଧ୍ୟାପକ ଅଧ୍ୟାପକଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.