ବାଲେଶ୍ୱରରେ ଶୁଭାରମ୍ଭ ହେଲା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ର ପ୍ରଥମ ଷ୍ଟୋର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ବର ସହରର ଫକୀରମୋହନ ଗୋଲାଇ ଠାରେ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ୍ସକ୍ଲୁସିଭ୍‌ ଜୁଏଲାରୀ ସୋରୁମ୍‌ ‘ଇନ୍ଦ୍ରିୟା’ ଉଦ୍‌ଘାଟିତ ହୋଇଯାଇଛି। ଏହି ସୋରୁମ୍‌ରେ କମ୍ପାନିର ଅତ୍ୟାଧୁନିକ ଆକର୍ଷଣୀୟ ବିଭିନ୍ନ ଡିଜାଇନ୍‌ର ସୁନା, ହୀରା ଓ ପ୍ଲାଟିନମ୍‌ ଅଳଙ୍କାର ଗ୍ରାହକଙ୍କୁ ଆକୃଷ୍ଟ କରିଛି। ଗ୍ରାହକଙ୍କ ପାଇଁ ଅଳଙ୍କାର ଉପରେ ରିହାତି ଅଫର୍‌ ଥିବାରୁ ଉଦଘାଟନ ଉତ୍ସବରେ ପ୍ରବଳ ଭିଡ଼ ହୋଇଥିଲା। ଏହି ଅବସରରେ କୋମ୍ପାନୀ ପକ୍ଷରୁ ସୁନା ଗଢ଼ା ମଜୁରି ଉପରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼ ରହିଥିବା ବେଳେ ଏହି ଅଫର୍‌ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ସେହିପରି ପୁରୁଣା ସୁନା ଗହଣା ଉପରେ ଶହେ ପ୍ରତିଶତ ଏକ୍ସଚେଞ୍ଚ୍‌ ଭେଲ୍ୟୁ ମିଳୁଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ଡିଆଇଜି ପିନାକ ମିଶ୍ର, ପୌରାଧ୍ୟକ୍ଷା ସବିତା ସାହୁ, ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ସମାଜସେବୀ ସନ୍ଧ୍ୟାରାଣୀ ଦାସ ଅତିଥି ଭାବେ ଯୋଗ ଦେବା ସହ ସୋ’ରୁମ୍‌ ସଫଳତା କାମନା କରିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପ୍‌ ଏଚ୍‌ଆର ମୁଖ୍ୟ ସନ୍ଦିପ ସେନଗୁପ୍ତା, ଏରିଆ ବିଜ୍‌ନେସ୍‌ ମ୍ୟାନେଜର ଅରିୟେନ୍ଦୁ ବୁନ୍ଦେଲ, ବିଜ୍‌ନେସ୍‌ ପାର୍ଟନର ଅମିତ ଗୌରଭ ଦାସ ଓ ସୁମନ ସରିତା ଜେନା ଉପସ୍ଥିତ ଥିଲେ। ଷ୍ଟୋର ମ୍ୟାନେଜର ନୀଳମାଧବ ବିଶ୍ବାଳଙ୍କ ସହିତ ସୋରୁମ୍‌ର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.