ବିଜୁବାବୁ ଥିଲେ ଜଣେ ମହାନ ଜନନାୟକ; ଆମ ଓଡିଶାର ଗର୍ବ ଓ ଗୌରବ ‐ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡ଼ାରେ ବିଜେଡି ପକ୍ଷରୁ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ବୁଗୁଡ଼ା ବସଷ୍ଟାଣ୍ଡ ଠାରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ବିଜୁବାବୁ ଥିଲେ ଜଣେ ଅଦ୍ବିତୀୟ ନେତା, ଆମ ଓଡିଶାର ଗର୍ବ ଓ ଗୌରବ ବୋଲି କହିଥିଲେ। ସମସ୍ତ ଦଳିୟ କର୍ମକର୍ତ୍ତାଗଣ ଓ କର୍ମୀ ମାନେ ମଧ୍ଯ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳୀ ପ୍ରଦାନ କରିଥିଲେ। ତାପରେ ପୂର୍ବତନ ମନ୍ତ୍ରୀ ତାଙ୍କର ଦଳିୟ କର୍ମୀ ମାନଙ୍କ ସହ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ରୋଗୀମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ବୁଗୁଡ଼ା ବ୍ଳକ ବିଜେଡି ସଭାପତି ଖଦାଳ ଖଟେଇ, ସୁଧାଂଶୁ ଶେଖର ପାଢ଼ୀ, କାର୍ଯ୍ୟକାରୀ ସଭାପତି କବିରାଜ ଗୌଡ଼, ସୁବ୍ରତ ରାଖଲ ଦାସ, କିଶୋର ଚନ୍ଦ୍ର ବେହେରା, ଚିକୁ ବାରିକ, ମନୋରଞ୍ଜନ ଦାସ, ନଗର ବିଜେଡି ସଭାପତି କେ. ତ୍ରିଲୋଚନ ଦୋରା, ଜିତେନ୍ଦ୍ର କୁମାର ନାୟକ, କାର୍ତ୍ତିକ ସାହାଣୀ, ମନ୍ମଥ ସାମଲ, ସୂର୍ଯ୍ୟନାରାୟଣ ମହାନ୍ତି, ହରିହର ବିଷୋୟୀ, ବରୁଣ ସେନାପତି, କାହ୍ନୁଚରଣ ଭୁୟାଁ, ଅମରେନ୍ଦ୍ର ସେନାପତି, ଚିତ୍ରସେନ ନାୟକ, ନାରାୟଣ ସାହୁ, ଭାଗ୍ଯଲତା ରାଉତ, ବିଜେଡ଼ି ସମର୍ଥିତ ଜନ ପ୍ରତିନିଧିଙ୍କ ସମେତ ବହୁ ବିଜେଡି କର୍ମୀ ଓ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.