ରାୟଗଡ,୩୦/୮ : ଆସନ୍ତା ଅଗଷ୍ଟ ୩୧ତାରିଖରେ ରାୟଗଡ ପୈାର ପରିଷଦ ପକ୍ଷରୁ ସ୍ୱାୟତ ଶାସନ ଦିବସ ପାଳନ ହେବାକୁ ଯାଉଛି । ଏହି ଦିବସ ପାଳନ ଉପଲକ୍ଷେ ସହରର ଶିକ୍ଷାନୁଷ୍ଠାନଗୁଡିକର ଛାତ୍ରଛାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ରାୟଗଡ ପୈାର ପରିଷଦ ଏବଂ ଜିଲ୍ଳା ନଗର ଉନ୍ନୟନ ସଂସ୍ଥା ମିଳିତ ସହଯୋଗରେ ଗୁରୁବାର ଦିନ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଂଟରନେସନ୍ୟାଲର ସମ୍ମିଳନୀ କକ୍ଷରେ ଏକ ଖୋଲା କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ତଥା ଜିଲ୍ଳା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜ କାର୍ଯ୍ୟକ୍ରମକୁ ପରିଚାଳନା କରି ଛାତ୍ରଛାତ୍ରୀମାନଙ୍କୁ ନିଜ ନିଜର ବୃତିରେ ଆଗକୁ ବଢିବ ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି କୁଇଜ ପ୍ରତିଯୋଗିତାରେ ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ, ସାମ୍ବାଦିକ, ପୈାର ପରିଷଦ ଏବଂ ଜିଲ୍ଳା ନଗର ଉନ୍ନୟନ ସଂସ୍ଥାର କର୍ମକର୍ତା ତଥା ଅନ୍ୟମାନେ ଅଂଶଗ୍ରହଣ କରିଥିଲେ । ବିଶେଷ କରି ସ୍ୱାୟତ ଶାସନ ଦିବସ ପାଳନ ଅବସରରେ କ୍ରିକେଟ, ସୁନ୍ଦର ହସ୍ତାକ୍ଷର, ବିଦ୍ୟାଳୟ ସ୍ତରୀୟ ଓଡିଆ ଓ ଇଂରାଜୀ ବକୃତା ଓ ରଚନା ଏବଂ ମହାବିଦ୍ୟାଳୟସ୍ତରୀୟ ଓଡିଆ ଓ ଇଂରାଜୀ ବକୃତା ଓ ରଚନା ସହ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ବୋଲି ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇