ଓଡ଼ିଆ ବାର୍ତ୍ତା/ ବୁଗୁଡା (କୁମୁଦ ଚନ୍ଦ୍ର ବେହେରା): ଜାତୀୟ ଅଗ୍ନିସେବା ସୁରକ୍ଷା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ବୁଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମକ୍ଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସ୍ବାଇଁଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ମକ୍ଡ୍ରିଲ କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ କର୍ମଚାରୀ ପ୍ରଦୀପ ପାଟଶାଣୀ, କ୍ଷୀରୋଦ କୁମାର ନାୟକ, ଜଗବନ୍ଧୁ ମାହାରି, ଅଶୋକ କୁମାର ଭୋଳ ଉପସ୍ଥିତ ରହି ନିଆଁ ଲାଗିଲେ କିପରି ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ଓ ସୁରକ୍ଷା ପ୍ରଦାନ କରାଯାଇପାରିବ ସେନେଇ ସଚେତନ କରାଯିବା ସହ ବିଦ୍ୟୁତ୍, ତୈଳ ଓ ଅନ୍ୟାନ୍ୟ ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ କୌଶଳ ପ୍ରଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀବୃନ୍ଦ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।





