ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗ ତରଫରୁ ଏପ୍ରିଲ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ପ୍ରତିରୋଧ, ସତର୍କତା ଓ ଜରୁରୀକାଳୀନ ସୁରକ୍ଷା ସମ୍ପର୍କରେ ସାଧାରଣ ଲୋକଙ୍କ ସମେତ ବିଭିନ୍ନ ସ୍କୁଲ, କଲେଜ ଓ ଡାକ୍ତରଖାନା ମାନଙ୍କୁ ଅଗ୍ନିଶମ ବିଭାଗ ଦ୍ୱାରା ସଚେତନତା କରାଯାଇଥିଲା। ବିଶ୍ବନାଥପୁର ଡାକ୍ତରଖାନା, ବେଦାନ୍ତ ଡାକ୍ତରଖାନା, ଯୋଡ଼ାବନ୍ଧ, ଛତ୍ରପୁର ସରକାରୀ ବିଦ୍ୟାଳୟ, ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟ ଓ ଆରବିକେ କଲୋନୀ ଗୁଡିକରେ ଅଗ୍ନି ସୁରକ୍ଷା ସଚେତନତା ଓ ମକ୍ ଡ୍ରିଲ କରାଯାଇଥିଲା। ଲାଞ୍ଜିଗଡ଼ ଅଗ୍ନିଶମ କେନ୍ଦ୍ରର ଅଧିକାରୀ ସନତ ପ୍ରଧାନଙ୍କ ନେତୃତ୍ବରେ ଲାଞ୍ଜିଗଡ଼ ଅଗ୍ନିଶମ ଦଳ ଓ ବେଦାନ୍ତ ଅଗ୍ନିଶମ ବିଭାଗର ସହାୟକ ଅଗ୍ନିଶମ ଅଧିକାରୀ ଭବାନୀ ଶଙ୍କର ନନ୍ଦଙ୍କ ଦଳର ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଗ୍ନିକ ଦେବରାଜ ସାରକା, ଆଗ୍ନିକ ସୁଧାଂଶୁ ଶେଖର ଦାସ, ଆଗ୍ନିକ ଦୁଶବନ୍ତ ସାହୁ, ଆଗ୍ନିକ ମହିନ୍ଦ୍ର ଭୋଇ, ଆଗ୍ନିକ ମୋନଜ ଦଣ୍ଡିଆ, ହେମନ୍ତ ଭୋଇ, ବ୍ରଜ କିଶୋର ମହାରଣା, ମୁଖ୍ୟ ଗାଡି ଚାଳକ ଅଶୋକ କୁମାର ଘିବେଲା, ଗାଡି ଚାଳକ ଶିବ କିସାନ ପ୍ରମୁଖ ସହଯୋଗ କରିଥିଲେ।





