ବଲାଙ୍ଗିର ସାମ୍ବାଦିକ ସଂଘର ୫୮ ତମ  ପ୍ରତିଷ୍ଠା ଦିବସ

ବଲାଙ୍ଗିର,୩୦/୮ : ଆଜି ବଲାଙ୍ଗିର ସାମ୍ବାଦିକ ସଂଘର ୫୮ ତମ ପ୍ରତିଷ୍ଠା ଦିବସ ସମାରୋହ ପାଳିତ ହୋଇଯାଇଛି। ସଂଘର ସଭାପତି ହରିନାରାୟଣ ପୁଝାରୀଙ୍କ ଅଧ୍ୟକ୍ଷତାରେ ଅାୟୋଜିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଓ ଉଦ୍ଘାଟକ ଭାବେ ଓଡିଶା ସରକାରଙ୍କ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଯୋଗ ଦେଇଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସାମ୍ବାଦିକ ଶ୍ରୀ ଶଙ୍କର ପ୍ରାସାଦ ମିଶ୍ରଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ, ଶ୍ରୀ ଦିଲୀପ କୁମାର ପୁରୋହିତଙ୍କୁ ସପନ ବହିଦାର ସ୍ମୃତି ସମ୍ମାନ, ଶ୍ରୀ ଅଭିନ୍ନ ଆଶୁତୋଷ ଶତପଥୀଙ୍କୁ ନାରାୟଣ ପୃଷେଠ ସ୍ମୃତି ସମ୍ମାନ ଓ ଶ୍ରୀ କରୁଣାକର ପଧାନ ଙ୍କୁ ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ ରେ ସମ୍ମାନିତ କରାଯାଇଛି। ନୂତନ ପ୍ରତିଭା ଭାବେ ସ୍ଥାନ ପାଇଥିଲେ କନକ ନ୍ୟୁଜର ଶ୍ରୀ ଅଭିନ୍ନ ଆଶୁତୋଷ ଶତପଥୀ ଏବଂ ଓ ଟିଭିର ଭିଜୁଏଲ ଏଡିଟର ଶ୍ରୀ କରୁଣାକର ପଧାନ।

Udyog Nursery
Udyogi Nursery

ଏହି ଅବସରରେ ସାମ୍ବାଦିକଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ସମାରୋହରରେ ଜିଲ୍ଲାର ଅନେକ ସାମ୍ବାଦିକ, ସଂଘର କାର୍ଯ୍ୟକର୍ତ୍ତା ଓ ବଲାଙ୍ଗିରର ଅନେକ ବୁଦ୍ଧିଜିବୀ ଉପସ୍ଥିତ ଥିଲେ । ଉତ୍ସବର ସଂଯୋଜନା କରିଥିଲେ ସମ୍ପାଦକ ବଳରାମ ମିଶ୍ର ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.