ଦେବଗିରୀ ମହାବିଦ୍ୟାଳୟ ଠାରେ ସ୍ବାଭିମାନ ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ଓଡ଼ିଆ ଜାତିର ଅସ୍ମିତା, ସ୍ୱାଭିମାନ ଓ ସଂକଳ୍ପର ମୂର୍ତ୍ତିମନ୍ତ ପ୍ରତୀକ ‘ଉତ୍କଳ ଗୌରବ’ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀ ସମ୍ବାଦ ଆମ ଓଡିଶା ପକ୍ଷରୁ ସ୍ୱାଭିମାନ ଦିବସ ରୂପେ ସ୍ଥାନୀୟ ଦେବଗିରୀ ମହାବିଦ୍ୟାଳୟ ଠାରେ କଲ୍ୟାଣସିଂହପୁର ସମ୍ବାଦ ତଥା ଓଡ଼ିଆ ବାର୍ତ୍ତା ରାୟଗଡା ଜିଲ୍ଲା ପ୍ରତିନିଧି ପଦ୍ମନ ଭତ୍ରାଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଯାଇଛି | କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟାପକ ବରୁଣ ନାଏକ ଙ୍କ ସହ କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟର ପୂର୍ବତନ ସହ ଶିକ୍ଷକ ତଥା ସମାଜସେବୀ ବି ଭି ପ୍ରକାଶ ରାଓ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ମଧୁବାବୁ ଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଶ୍ରୀ ରାଓ ମଧୁବାବୁଙ୍କୁ ସ୍ୱତନ୍ତ୍ର ଓଡ଼ିଶା ଗଠନର ମୁଖ୍ୟ ସୂତ୍ରଧାର ଭାବେ ବର୍ଣ୍ଣନା କରିବା ସହ ତାଙ୍କ ଆଦର୍ଶରେ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ପବିତ୍ର ଦିବସରେ ଦେବଗିରୀ ମହାବିଦ୍ୟାଳୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.