ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡିର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ତରଫରୁ ବୁରାଟ ସ୍ଥିତ କାର୍ଯ୍ୟାଳୟରେ ମ. ରାମପୁର ବ୍ଲକ ବିକାଶ ସାମ୍ମୁଖ୍ୟର କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି | ସେବା ଜଗତର ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ସନ୍ଦୀପ କୁମାର, ମଧୁ ସୂଦନ ସିଂହ, ରେହା ନାରୀଚାୱଲା, ଶିଶିର କୁମାର ପଧାନ ପ୍ରମୁଖ ଉପସ୍ଥିତ ରହି ଲ୍ୟାଣ୍ଡ ସ୍କେପ ବିକାଶ ଉପରେ ବକ୍ତବ୍ୟ, ଆଲୋଚନା, ଗୋଷ୍ଠିଗତ ଆଲୋଚନା ପ୍ରମୁଖ ଜରିଆରେ କର୍ମଶାଳାକୁ ଆଗେଇ ନେଇଥିଲେ | ମ.ରାମପୁର ଏମଏପି ର ସଦସ୍ୟ ମାନେ ଏହି କର୍ମଶାଳାରେ ଯୋଗଦେଇ ନିଜ ନିଜ ମତ ରଖିଥିଲେ | ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସେବା ଜଗତ କର୍ମୀ ଶଙ୍କର ସୁନା, ଟଙ୍କଧର ବଗର୍ତ୍ତୀ, ଯାଜ୍ଞସେନୀ ଭୋଇ, ପ୍ରବୀଣ ଦିଗାଲ, କୌରବ ସାହୁ ସହଯୋଗ କରିଥିଲେ |





