ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଖର୍ସେଲବାଞ୍ଜିରେ ଜୟ ଲାନ୍ଥେଶ୍ଵର ନାଟ୍ୟ କଳା ପରିଷଦ ଆନୁକୂଲ୍ୟରେ ନାଟକୋତ୍ସବ ଉଦଯାପିତ ହୋଇଯାଇଛି | ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତଥା ଜିଲ୍ଲା ବାହାରର କଳାକାରଙ୍କୁ ନେଇ ପୌରାଣିକ ନାଟକ ମିକ୍ସଚର କିଚକ ବଧ ମଞ୍ଚସ୍ଥ ହୋଇଥିଲା | ଏହି ଅବସରରେ ନାଟ୍ୟ କଳା ପରିଷଦର ସମ୍ପାଦକ ସଦାନନ୍ଦ ମିର୍ଦ୍ଧାଙ୍କ ସଭାପତିତ୍ୱରେ କଳାକାର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା | ରାଜ୍ୟ କଳା, ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶାର ବଲାଙ୍ଗିର ଜିଲ୍ଲା ସଭାପତି ମୀନକେତନ ପଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | କୃତାର୍ଥ ଘିଭେଲା, ଲିଙ୍ଗରାଜ ପଧାନ, ଦୋଳଗୋବିନ୍ଦ ଧରୁଆ, ପ୍ରକାଶ ମିଶ୍ର, ମାନସ ରଞ୍ଜନ ସାହୁ, ପରମେଶ୍ୱର ସାହୁ, ଜୟରଥ ଭୋଇ, ବଳରାମ ବେହେରା, ସତ୍ୟବାନ ମିର୍ଦ୍ଧା, ନିମାନନ୍ଦ ଖମାରୀ, ରୁଦ୍ର ଧରୁଆ, କୃଷ୍ଣଚନ୍ଦ୍ର ମାଝୀ, ରୁଦ୍ରମଣୀ ମିର୍ଦ୍ଧା ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ | ତବଲା ବାଦକ ଚିତ୍ରସେନ ଭୋଇ, ଅର୍ଗନ ମାଷ୍ଟର ଜଗନ ଖମାରୀ, ପେଡ ମାଷ୍ଟର କାହ୍ନା ମିର୍ଦ୍ଧା ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ | ସମସ୍ତ ନାଟ୍ୟକାର ଓ ବାଦ୍ୟକାରଙ୍କୁ ମୁଖ୍ୟ ଅତିଥି ଶ୍ରୀ ପଧାନ ଉପଢୌକନ ତଥା ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଶ୍ରୀ ପ୍ରଧାନ ଲୋକ ନାଟକର ପୁନରୁଦ୍ଧାର ନେଇ ଜୟ ଲାନ୍ତେଶ୍ୱର କଳା ପରିଷଦର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କହିବା ସହ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ | କଳା ପରିଷଦ ଦ୍ୱାରା ବର୍ଷର ବିଭିନ୍ନ ସମୟରେ ନାଟକ, କର୍ମଶାଳା, ପ୍ରତିଯୋଗିତା, ଆଲୋଚନା ଚକ୍ର ଇତ୍ୟାଦି କାର୍ଯ୍ୟକ୍ରମ ଆୟୋଜିତ କରାଯାଉଥିବା କରୁଥିବା କଳା ପରିଷଦର ସମ୍ପାଦକ ସଦାନନ୍ଦ ମିର୍ଦ୍ଧା ସୂଚନା ଦେଇଥିଲେ | ଶେଷରେ ଅନୁଷ୍ଠାନର କୋଷାଧ୍ୟକ୍ଷ ନିମାନନ୍ଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ | କଳା ପରିଷଦର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ |





