ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ, ଆଇସିସି ଏବଂ ଜୁଓଲୋଜି ବିଭାଗଙ୍କ ଯୁକ୍ତ ଉଦ୍ୟମରେ ତିରାତାରିଣୀ କଲେଜରେ ଗୋଟିଏ ସେମିନାର ଆୟୋଜିତ ହୋଇଯାଇଛି। ଏହି ସଭାରେ ପ୍ରଧାନାଚାର୍ଯ୍ୟ ଭାରପ୍ରାପ୍ତ ଶ୍ରୀମତୀ ସନ୍ଧ୍ୟାରାଣୀ ପାତ୍ର ଅଧ୍ୟକ୍ଷତା କରିଥିଲେ। ଶ୍ରୀମତୀ ନମ୍ରତା ମିଶ୍ର, ଶକ୍ତିଶ୍ରୀ ସଞ୍ଜୋଜିକା, କାର୍ଯ୍ୟକ୍ରମର ସମନ୍ୱୟକାରୀ ଥିଲେ। ସମ୍ପଦ ବ୍ୟକ୍ତି ଭାବେ ଡା. ଶିବ ପ୍ରସାଦ ନାହାକ ଓ ଶ୍ରୀମତୀ ଗିରିଜା ନାହାକ ଉପସ୍ଥିତ ଥିଲେ। ସେମାନେ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ବିଷୟରେ ଉପଯୋଗୀ ଉଦ୍ବୋଧନ ଦେଇଥିଲେ ଏବଂ କିଛି ମୌଳିକ ଷ୍ଟ୍ରେସ୍ କମାଇବା ଅଭ୍ୟାସର ପ୍ରାୟୋଗିକ ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଡା. ଯଶୋବନ୍ତ ପାଣ (ଇତିହାସ ଅଧ୍ୟାପକ), ମୀନାକ୍ଷୀ ଦାଶ (ଆର୍ଥନୀତି ଅଧ୍ୟାପିକା), ସକମ୍ବରୀ ସାହୁ (ଶିକ୍ଷା ଅଧ୍ୟାପିକା), ସିଦ୍ଧାର୍ଥ ପଣ୍ଡା (ଜୁଓଲୋଜି ଡେମୋନ୍ଷ୍ଟ୍ରେଟର), ପୁଷ୍ପାଞ୍ଜଳି ମହାପାତ୍ର (ହୋମ୍ ସାଇନ୍ସ ଡେମୋନ୍ଷ୍ଟ୍ରେଟର), ଶକ୍ତିଶ୍ରୀ ସାଥୀମାନେ, ଶକ୍ତିଶ୍ରୀ ଏମ୍ପାୱରମେଣ୍ଟ ସେଲ, ଆଇସିସି ଏବଂ ଜୁଓଲୋଜି ବିଭାଗର ସଦସ୍ୟମାନେ ସହିତ କଲେଜର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।





