ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡାର ବହୁ ପ୍ରସିଦ୍ଧ ୨୪ ପ୍ରହର ନାମଯଜ୍ଞ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି। ନାମ ଛାଡିବା ପରେ କର୍ତ୍ତା ଓ କର୍ତ୍ତ୍ରୀ ଦମ୍ପତି କୃଷ୍ଣଚନ୍ଦ୍ର ନାଏକ ଏଵଂ ନିରୁପମା ନାଏକ ସଂକୀର୍ତ୍ତନ ମଣ୍ଡଳୀ ଓ ଘଣ୍ଟ ବାଦକ ସହ ନଗର ପରିକ୍ରମା କରିଥିଲେ। ଗ୍ରାମର ପ୍ରତି ଘରେ ମୁରୁଜରେ ଝୋଟି ଦେଇ, କଳସ ସ୍ଥାପନା କରି ଧୂପ, ଦିପ ଦେଇ ବର୍ଦ୍ଧନୀ କଳସକୁ ଭବ୍ୟ ସ୍ୱାଗତ କରିବା ସହ ପୂଜା ପାଠ କରିଥିଲେ।
ନାମ ଯଜ୍ଞରେ ଭକ୍ତ ମାନଙ୍କ ପାଇଁ ଅନ୍ନ ଛତ୍ରର ବ୍ୟବସ୍ଥା ମଧ୍ୟ କରିଥିଲା ନାମଯଜ୍ଞ କମିଟି। ନାମଯଜ୍ଞ ପରିଚାଳନା କମିଟିର ସଭାପତି ଅଜୟ କୁମାର ନାଏକ ଓ ସମ୍ପାଦକ ଅନନ୍ତ ମାଝୀ ଙ୍କ ନେତୃତ୍ୱରେ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଭକ୍ତ ଚରଣ ନାଏକ, ଜହରଲାଲ ବିଶ୍ଵାଳ, ଉଗ୍ରସେନ ଗଉଡ, ଗଜିନ୍ଦ୍ର ମାଝୀ, ଚକ୍ରଧର ସା, ପ୍ରଫୁଲ୍ଲ ନାଗ, ନାରାୟଣ ମାଝୀ, କାହ୍ନୁ ମାଝୀ, କିଶୋର ନାଏକ, ଟାରଜନ ଗଉଡ, ପଙ୍କଜ ପଧାନ, ଯୁଗେଶ୍ୱର୍ ବିଶ୍ବାଳ, ବୁଲୁ ମିଶ୍ର, ରଞ୍ଜନ ବିଶ୍ଵାଳ, ଭୁଟଲାଲ ପଧାନ, ଭବାନୀ ବାଗ, ଶରତ ମିଶ୍ର, ଭବାନି ନାଏକ, ବିପ୍ର ବିଶ୍ଵାଳ, ନୀହାର ନାଏକ, ଯତୀନ ସାହୁ, ଠାକୁର ବେହେରା, ଆଶିଷ ବିଶ୍ୱାଳ, ସଞ୍ଜୟ ସରାଫ,ସନାତନ ବିଶ୍ୱାଳ, ସଙ୍କୀର୍ତ୍ତନ ପଧାନ, ଲଳିତ ପଧାନ, ଶେଷ ପଧାନ,ଗୁଲେଶ ପଧାନ, ଚିଟା, ବିନୟ ଭୋଇ, ରଜତ କୁମାର ନାଏକ, ଘନଶ୍ୟାମ ଭୋଇ, ଅର୍ଚ୍ଛୁତ ପଧାନ, ପଙ୍କଜ ପଧାନ, ମୋହନ ସାହୁ, ଶଶିଦେବ ନାଗ ପ୍ରମୁଖ ବିଭିନ୍ନ ଦାୟୀତ୍ୱରେ ରହି କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ମୁଖ୍ୟ ପୂଜକ ଭାବରେ ମୁଖ୍ୟ ପୂଜକ ଭାବରେ ପାକେଲ ପଡ଼ାର ପଣ୍ଡିତ ସନ୍ତୋଷ ରଥ, ଜପକ ଭାବରେ ରଶ୍ମିରଞ୍ଜନ ରଥ ଓ ବିନୋଦ ମିଶ୍ର, ପାଚକ ଭାବରେ ନାରାୟଣ ପାଢୀ ଦାୟୀତ୍ୱ ନିର୍ବାହନ କରିଥିଲେ।

ସେହିଭଳି ମାନସ କୁମାର ସା, ନୀହାର ନାଏକ, ଖଗେଶ୍ୱର ବିଶ୍ବାଳ, ଯତୀନ ସାହୁ, ପ୍ରଫୁଲ୍ଲ ନାଗ, ରଜତ ନାଏକ, ବୁଲୁ ପଧାନ, ପପୁ ପଧାନ, ଶିଲୁ ନାଏକ ପ୍ରମୁଖ କାର୍ଯ୍ୟାଳୟ ଦାୟୀତ୍ବ ସମ୍ପାଦନ କରିଥିଲେ। କବିରାଜ କରୁଆଁ, ବୈଷ୍ଣବ ନାଏକ, କୃଷ୍ଣ ପୋଢ଼, ଫକୀର ନାଗ, ଯଦୁ ମାଝୀ, ଚୁଡାମଣି ଭୋଇ ପ୍ରମୁଖ ମଣ୍ଡପ ଦାୟୀତ୍ବ ସମ୍ପାଦନ କରିଥିଲେ। ନଗର ପରିକ୍ରମା ସାରି ବର୍ଦ୍ଧନୀ କଳସ ନେଇ କର୍ତ୍ତା ଓ କର୍ତ୍ତ୍ରୀ ଯଜ୍ଞ ମଣ୍ଡପ କୁ ଫେରିବା ପରେ ଦଧିହାଣ୍ଡି ଭଞ୍ଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଵଂ ପୂର୍ଣ୍ଣାହୁତି ହୋମ ଅନୁଷ୍ଠିତ ହୋଇଥିଲା। ଶେଷରେ ସାମୁହିକ ପ୍ରାସାଦ ସେବନ ପରେ ୨୪ ପ୍ରହର ନାମଯଜ୍ଞ ସମାପନ ହୋଇଥିଲା।

ଚଳିତ ବର୍ଷ ଆୟୋଜକ ସର୍ଗିଗୁଡ଼ାର ଦୁଇଗୋଟି ସଙ୍କୀର୍ତ୍ତନ ମଣ୍ଡଳୀ ସମେତ ଉଲିକୁପା, ଗୋପୀନାଥପୁର, ରାୟଗଡ଼ା ଜିଲ୍ଲାର ପେଡିଗୁଡା, ଖାସବାହାଲି, ବଲାଙ୍ଗୀର ଜିଲ୍ଲା ର କଟାପାଲି, ସାନବିଛିଲିବହାଲ, ଧୁମାଭଟା, ଛତିଶଗଡ ରାଜ୍ୟର ଫୁସଲଡା, ଧରଣୀଧୋଡା, ଅଏଁଲାଭଟା, ନବରଙ୍ଗପୁର ଜିଲ୍ଲାର ଜମାଦାରପଡା ଓ ମହାଲିଙ୍ଗ ଏଭଳି ମୋଟ ୧୪ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏହି ନାମଯଜ୍ଞ ରେ ଅଂଶ ଗ୍ରହଣ କରିଥିଲେ। ନାମଯଜ୍ଞ ରେ ପ୍ରସିଦ୍ଧ ନାମକରା ଗୁରୁ ମାନଙ୍କ ସମାଗମ ହୋଇଥିବାରୁ ଦର୍ଶକ ମନଭରି ସଂକିର୍ତ୍ତନକୁ ଉପଭୋଗ କରିଥିଲେ। ଶାନ୍ତି ଶୃଙ୍ଖଳାର ସହ ଏଵଂ ଗ୍ରାମବାସୀଙ୍କ ଆକୁଣ୍ଠ ସାହାଯ୍ୟ ସହଯୋଗରେ ସଫଳତାର ସମାପନ ହୋଇଥିବାରୁ ନାମଯଜ୍ଞ ପରିଚାଳନା କମିଟିର ସଭାପତି ଅଜୟ କୁମାର ନାଏକ ଓ ସମ୍ପାଦକ ଅନନ୍ତ ମାଝୀ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।





