ଓଡ଼ିଆ ବାର୍ତ୍ତା/ ବୁଗୁଡା (କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ମତାଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦ୍ଵିଦିବସୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ତାକରଡ଼ା କ୍ଲଷ୍ଟର ଅନ୍ତର୍ଗତ ୧୧ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ଲଷ୍ଟର ସିଆରସିସି ଅନନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା। ଏହି କର୍ମଶାଳା ପରିଚାଳନାରେ ମତାଝରି ସ୍କୁଲ ଶିକ୍ଷୟିତ୍ରୀ ସୁଚିତ୍ରା ପ୍ରଧାନ ସକ୍ରିୟ ସହଯୋଗ କରିଥିଲେ।





