ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଆପଣ ଦୁଇଟି ଅତିରିକ୍ତ ଶ୍ରେଣୀଗୃହ ସହ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରାଶକ୍ତି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ ର ଶ୍ରୀବିଷ୍ଣୁପୂର ଗ୍ରାମ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅତିରିକ୍ତ ଶ୍ରେଣୀ ଗୃହ ଏବଂ ସେଇଭଳି ଖାରଡା ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଅତିରିକ୍ତ ଶ୍ରେଣୀ ଗୃହର ଶୁଭ ଉଦଘାଟନ ସମେତ ଖରଡା ଗ୍ରାମ ନିକଟ ରେ ମହିଳା ମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ମଧ୍ୟ ପାରଳା ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ଶୁଭ ଉଦଘାଟନ ହୋଇଯାଇଛି ।
ଏହି ସବୁ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହକୋଠା ନିର୍ମାଣ ପାଇଁ ପୂର୍ବ ସରକାରଙ୍କ ଦେଇଥିବା ଅନୁଦାନ ଟଙ୍କା ରେ ନିର୍ମାଣ ହୋଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ । ଏହି ଉଦଘାଟନୀ ଉତ୍ସବରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ , କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସାୟାମ୍ମା , ସୀତାପୂର୍ ସରପଞ୍ଚ ଶ୍ରୀ ତେଜେଶ୍ୱର୍ ରାଓ , ଖାରଡା ସରପଞ୍ଚ ଶ୍ରୀ ଅଖିଳ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।






