ଧର୍ମପରାୟଣ ବ୍ୟକ୍ତି ନରସିଂହ ଭୋଇଙ୍କ ପରଲୋକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସଇଁତଳା ବ୍ଲକ ଗଣ୍ଡପତ୍ରାପାଳି ଗ୍ରାମ ପଞ୍ଚାୟତ ବଡ଼ମାଳ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ନରସିଂହ ଭୋଇଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହେଉଥିଲା। ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ବଡ ପୁଅ ଶିକ୍ଷକ ଦେବରାଜ ଭୋଇ ମୁଖାଗ୍ନି ଦେଇଥିଲେ। ମଝିଆ ପୁଅ ସଞ୍ଜୟ ଭୋଇ ଭାରତୀୟ ସେନା ଶ୍ରୀନଗର ରେ କାର୍ଯ୍ୟରତ ଥିବାରୁ ଉପସ୍ଥିତ ହୋଇ ପାରିନଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଯତନୀ ଭୋଇ, ସାନ ପୁଅ ଶିକ୍ଷକ ସୁଶାନ୍ତ ଭୋଇ, ବୋହୂ, ଝିଅ, ଜ୍ୱାଇଁ, ଭାଇ, ନାତି, ନାତୁଣୀ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.