ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଥିବା ସ୍ୱାତୀ ମହାକୁଡ଼ଙ୍କୁ ଆଜି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗଣନାଥପୁର ଗାଁର ଏକ ଚାଷୀ ପରିବାରରୁ ଆସିଥିବା ଛାତ୍ରୀ ସ୍ବାତୀ ସରକାରୀ ବିଦ୍ୟାଳୟରେ ପାଠପଢି କଳାହାଣ୍ଡି ଜିଲ୍ଲାର ଟପ୍ପର ହୋଇପାରିଛନ୍ତି। ଏଣୁ ତାଙ୍କ ଏହି ସଫଳତା ଓ ଜିଲ୍ଲା ପାଇଁ କୃତିତ୍ୱ ଆଣିଥିବାରୁ ଛାତ୍ର ବିଜେଡି କର୍ମକର୍ତ୍ତା ତାଙ୍କ ବାସଭବନକୁ ଯାଇ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ କୁମାର ସାହୁ, ଯୁବନେତା ଶିବା ସାହୁ, ଶ୍ରୀଚନ୍ଦନ ନାଏକ, ନିମସ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।





