ଲାଞ୍ଜିଗଡ଼ ବ୍ଲକର ଦଶମ ଶ୍ରେଣୀ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ଦଶମ ଶ୍ରେଣୀରେ ଉତ୍ତମ ନମ୍ବର୍ ରଖି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଶ୍ୱନାଥପୁର କଲ୍ୟାଣ ମଣ୍ଡପ ପରିସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ କବି ତଥା ସଂଗଠକ ବିରଞ୍ଚି ନାରାୟଣ ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ ଓ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢ଼ଳଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କୃତୀ ଛାତ୍ରଛାତ୍ରୀମାନେ ହେଲେ ପାଣିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଅମିତ ଭୋଇ, ଏଲିନା ମାଝୀ, ମାତାଞ୍ଜଳି ପୁଟେଲ, ନନ୍ଦିନୀ ପ୍ରଧାନ ଓ ପୁନମ ଛତର, ଲାଞ୍ଜିଗଡ଼ ରୋଡ୍ ଉଚ୍ଚ ବିଦ୍ୟାଳୟର ଏଲିନା ରଣା, ମଧୁପୁର ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟର ଦିବାନୀ ମାଝୀ, ଯୋଡ଼ାବନ୍ଧ ଉଚ୍ଚ ବିଦ୍ୟାଳୟର ରଞ୍ଜିତା ଘଡ଼େଇ, କାନକୁଟ୍ରୁ ଉଚ୍ଚ ବିଦ୍ୟାଳୟର ରୀନା ହରିଜନ, ଲାଞ୍ଜିଗଡ଼ ଏସ୍.ଏସ୍.ଡି ଉଚ୍ଚ ବିଦ୍ୟାଳୟର ପ୍ରାଚୀ ପୁରାଣ ସୁଆର, ଭୁର୍ଟିଗଡ଼ ଉଚ୍ଚ ବିଦ୍ୟାଳୟର ସୁବାସ ହରିଜନ ଓ ପ୍ରଶାନ୍ତ ହରିଜନ। ବରିଷ୍ଠ ଶିକ୍ଷକ ତପନ କୁମାର ଭୋଇ ଓ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.