ବନ ଭାରତୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହେଲା ଚକ୍ଷୁ ପରୀକ୍ଷା ଓ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲିଆପାଳ ବ୍ଲକ ଅନ୍ତର୍ଗତ ତ୍ରିଶକ୍ତି କ୍ଲବ ନୟବାଲି ବିଷ୍ଣୁପୁରରେ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ବନଭାରତୀ ଫାଉଣ୍ଡେସନ ଓ ସମ୍ବାଦ ଆମ ଓଡ଼ିଶା ସହଯୋଗରେ ଆୟୋଜିତ ଉଭୟ ଶିବିରକୁ ଜିଲ୍ଲା ରକ୍ତଦାତା ସଂଘ ସଭାପତି କମଳ କୁମାର ଚକ୍ରବର୍ତ୍ତୀ ଓ ବନ ଭାରତୀ ଫାଉଣ୍ଡେସନର ଅଧ୍ୟକ୍ଷ ନଗେନ୍ଦ୍ର ନାଥ ସାମଲ ମିଳିତ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ବାଲେଶ୍ୱର ରକ୍ତ କେନ୍ଦ୍ରର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରୁ ସମୁଦାୟ ୨୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। କ୍ଳବର ସଭ୍ୟ ପରେଶ କୁମାର କର, ନୟନ ପାଣିଗ୍ରାହୀ, ହରେକୃଷ୍ଣ ଜେନା, ଅର୍ଚ୍ଚନା ସେନାପତି, ରମେଶ କର, ସଂଗ୍ରାମ କର, କବିତା ସେଠୀ, ଅନିତା ପାଣିଗ୍ରାହୀ, ଅପରାଜିତା କର, ମାନସ ଆଚାର୍ଯ୍ୟ, ଲିଲିମା ସାମଲ, ନବୀନ ସାହୁ, ପ୍ରୀତି ଦେବ କର, ପରେଶ କର, ମୃତ୍ୟୁଞ୍ଜୟ ସାମଲ ଓ ସମ୍ବାଦ ଉତ୍ତର ଓଡ଼ିଶା ସଂସ୍କରଣ ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ ଶିବିରକୁ ପରିଚାଳନା କରିଥିଲେ। ଆଖି ପରୀକ୍ଷା ପାଇଁ ୫୦ ରୁ ଉର୍ଦ୍ଧ୍ବ ଲୋକ ଆସିଥିବା ବେଳେ ସେଥିରୁ ମୋତିଆବିନ୍ଦୁ ଚିହ୍ନଟ ବ୍ୟକ୍ତିଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.