ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ଦ୍ୱାରା ସ୍ଥାନୀୟ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ମାତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଜଣ ବରିଷ୍ଠ ମା କୁମୁଦିନୀ ଯୋଷୀ ଓ ବିଦ୍ୟୁତଲତା ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା। ମାର ଭୂମିକା ସମାଜ ଗଠନରେ କେତେ ଗୁରୁତ୍ଵପୂର୍ଣ୍ଣ ତା ଉପରେ ଉପସ୍ଥିତ ବକ୍ତାମାନେ ମତ ରଖି ଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ପତଞ୍ଜଳୀ ଭାରତ ସ୍ୱାଭିମାନ ଟ୍ରଷ୍ଟ ପ୍ରଭାରୀ ଅଶୋକ କୁମାର ମୁଣ୍ଡ, ମୁଖ୍ୟ ପୃଷ୍ଠପୋଷକ ଶିଶିର ପାଟ୍ଟଯୋଷୀ, ଜିଲ୍ଲା ଯୋଗ ପ୍ରଭାରୀ ଡାକ୍ତର ନିହରେନ୍ଦ୍ର ପଣ୍ଡା, ଜିଲ୍ଲା ମହାମନ୍ତ୍ରୀ ଗଜେନ୍ଦ୍ର ପାଢ଼ୀ, କିଷାନ୍ ମୋର୍ଚ୍ଚା ପ୍ରଭାରୀ ନାରାୟଣ ମୁଣ୍ଡ, ଜିଲ୍ଲା ସହପ୍ରଭାରୀ ଶୁଭ୍ରାଂଶୁ ଶେଖର ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ ଜିତେନ୍ଦ୍ର ମୁଣ୍ଡ, ଭବାନୀପାଟଣା ନଗର ପ୍ରଭାରୀ ଶିବରାମ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମେ ସାମୂହିକ ଯୋଗ କରାଯାଇ ପରେ ମାତୃପୂଜନ କରାଯାଇଥିଲା। ସୂଚନାଯୋଗ୍ୟ ଯେ କଳାହାଣ୍ଡି ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ବର୍ଷ ତମାମ ବିଭିନ୍ନ ସଂସ୍କାରମୂଳକ, ସ୍ୱାଭିମାନ ଓ ସ୍ୱଦେଶୀ ମନୋଭାବକୁ ଆଧାର କରି କାର୍ଯ୍ୟକ୍ରମମାନ ଜାରି ରହିଛି।





