ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା (ହଜାରୀପଡା) କଳାରୁଦ୍ର ଯୁବକ ସଂଘ ପକ୍ଷରୁ ବିଶ୍ୱ ମାତୃ ଦିବସ ଅବସରରେ ପକ୍ଷୀ ମନେ ଗ୍ରୀଷ୍ମ ପ୍ରବାହରୁ କିପରି ଭାବରେ ମୁକାବିଲା କରିପାରିବେ ତାହାକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ତରଫରୁ ପ୍ରାୟ ଷୋହଳଟି ମାଟି ହାଣ୍ଡିରେ ପାଣି ଭାରି ସ୍କୁଲ, ରାସ୍ତା କଢ ଓ ବାଢି ବଗିଚାର ଗଛ ଉପରେ ଝୁଲାଇ ଦିଆଯାଇଛି। ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା ନେଇ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରାଯାଇ ଥିବାବେଳେ ଖରାଦିନେ ପକ୍ଷୀମାନଙ୍କ ପାଇଁ ସମସ୍ତେ ନିଜ ନିଜର ଛାତଉପରେ ଓ ବାଢିବଗିଚାରେ ଗୋଟିଏ ଗୋଟିଏ ପାତ୍ର ପାଣି ରଖିବା ପାଇଁ ଲୋକଙ୍କୁ ଆହ୍ୱାନ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ତ୍ରିଲୋଚନ ସାହୁ, ସମାଜସେବୀ ରୋମାଞ୍ଚଳ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଙ୍ଘର ସଭାପତି ହେମନ୍ତ ସାହୁ, ସଭ୍ୟା ରେଖାଞ୍ଜଳି ସାହୁ, ଉମାକାନ୍ତି ସାହୁ, ଲଷ୍ମୀ ସାହୁ, କାଶ୍ମୀରା ସାହୁ, ଝିଲ୍ଲୀରାଣୀ ସାହୁ, ଠାକୁର ସାହୁ ସମେତ ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ଶେଷରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





